ଚାଲି ଚାଲି ଯାଉଥିବା ପ୍ରବାସୀଙ୍କ କଥା ବୁଝିବ ଓଡ଼ିଶା ପୋଲିସ୍

ଭୁବନେଶ୍ୱର: ଓଡ଼ିଶା ଦେଇ କୌଣସି ପ୍ରବାସୀ ଚାଲି ଚାଲି ଯିବେନି। ଓଡ଼ିଶା ସୀମାରେ ପହଞ୍ଚିବା ପରେ ଶ୍ରମିକଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ଆଜି ଏନେଇ ସୂଚନା ଦେଇଛନ୍ତି ପୋଲିସ୍ ଡିଜି ଅଭୟ। ଓଡ଼ିଶା ଆସନ୍ତୁ କିମ୍ବା ଓଡ଼ିଶା ଦେଇ ଯାଆନ୍ତୁ, ସମସ୍ତ ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରାଯିବ।

ଏଥିପାଇଁ ଶ୍ରମିକମାନେ ଚାଲନ୍ତୁ ନାହିଁ ବରଂ ପାଖ ଥାନାକୁ ଯାଆନ୍ତୁ, ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଓଡ଼ିଶା ପୋଲିସ୍ ବ୍ୟବସ୍ଥା କରିବ। ରାଜ୍ୟ ସୀମାରେ ନେଇ ସେମାନଙ୍କୁ ଛାଡ଼ିପାରିବ। ଖାଲି ଗାଡ଼ିରେ ନିଆଯିବନି, ତାଙ୍କର ଖାଦ୍ୟପେୟର ବି ବନ୍ଦୋବସ୍ତ କରାଯିବ ବୋଲି ଡିଜିପି କହିଛନ୍ତି।

ଆଜି  ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧାରୁ ଶ୍ରମିକଙ୍କୁ ନିଆଯାଇ ବିଭିନ୍ନ ସୀମାରେ ଛଡ଼ାଯାଇଛି। ଶ୍ରମିକଙ୍କ ପରିବହନ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି କହିଛନ୍ତି ଡିଜିପି।

ଲକଡାଉନ୍ ପରଠୁ ସଂସ୍ଥା ଓ କଳ କାରଖାନା ଓ ପ୍ରତିଷ୍ଠାନ ବନ୍ଦ ହୋଇଯିବାପରେ ଏମାନଙ୍କ ଦାନାପାଣି ବି ବନ୍ଦ। ଏବେ ଚତୁର୍ଦ୍ଦିଗ ଅନ୍ଧାର। ବାଧ୍ୟ ହୋଇ ପିଲାଛୁଆଙ୍କୁ ଧରି ରାତିତମାମ ରାଜପଥ ଦେଇ ଚାଲି ଚାଲି ଚାଲି ଯାଉଛନ୍ତି ହଜାର ହଜାର ଶ୍ରମିକ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like