ଭୁବନେଶ୍ୱର: ପୂଜା ଋତୁରେ ଚାନ୍ଦା ଅାଦାୟକାରୀଙ୍କ ପ୍ରତି କଠୋର ହେଲା ପୋଲିସ। ଚାନ୍ଦା ଅାଦାୟକାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଯାନବାହନରୁ ଚାନ୍ଦା ଅାଦାୟକୁ ରୋକିବା ପାଇଁ ପାଟ୍ରୋଲିଂ କରିବାକୁ ରାଜ୍ୟର ସମସ୍ତ ଥାନାର IIC ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। କମ୍ୟୁନିଟି ପୋଲିସିଂ ଦ୍ୱାରା ତଥ୍ୟ ସଂଗ୍ରହ ପାଇଁ ଥାନାଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।
ଘରୋଇ ଲୋକଙ୍କ ଠାରୁ ଚାନ୍ଦା ମଗାଯାଉଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। କୌଣସି ଦୋକାନୀଙ୍କୁ ଚାନ୍ଦା ମଗାଗଲେ ଥାନାରେ ଜଣାଇବାକୁ ସେ ପରାମର୍ଶ ଦେବା ସହ ଅଭ୍ୟାସଗତ ଚାନ୍ଦା ଅାଦାୟକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।