ଭୁବନେଶ୍ୱର : ବାତ୍ୟା 'ଫୋନି' ପାଇଁ ଅଧିକ ଫୋର୍ସ ସଜାଗ ରହିବା ସହ IPSଙ୍କ ଛୁଟି ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି DGP। ବାତ୍ୟା 'ଫୋନି'ର ମୁକାବିଲା ସହ ରିଲିଫ, ଥଇଥାନ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ୧୧ଜଣ ଆଇପିଏସ ଅଧିକାରୀଙ୍କୁ ୧୧ଟି ଜିଲ୍ଳାର ଦାୟିତ୍ୱ ଦିଆଯାଇଛି।
ଏଡିଜି (ସିଆଇଡି କ୍ରାଇମବ୍ରାଞ୍ଚ) ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଯାଜପୁର, ରେଳବାଇ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଜଗତସିଂହପୁର, ପୋଲିସ ଆଧୁନିକୀକରଣ ଏଡିଜି ବିନୟ ତୋଷ ମିଶ୍ରଙ୍କୁ ଭଦ୍ରକ, ଏଡିଜି ଅପରେସନ୍ ଆର.ପି. କୋଚଙ୍କୁ ଖୋର୍ଦ୍ଧା, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।
ସେହିପରି ଆଇଜି (ସିଆଇଡି କ୍ରାଇମବ୍ରାଞ୍ଚ) ଅରୁଣ ବୋଥ୍ରାଙ୍କୁ କେନ୍ଦ୍ରାପଡ଼ା, ଆଇଜି ଅମିତାଭ ଠାକୁରଙ୍କୁ ଗଂଜାମ, ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ନୟାଗଡ଼, ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ବାଲେଶ୍ୱର, ଡିଆଇଜି ନିଖିଲ କୁମାର କାନୋଡିଆଙ୍କୁ କଟକ ଓ ସଫିନ୍ ଅହମ୍ମଦଙ୍କୁ ମୟୂରଭଂଜ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।