କରୋନା ସମୟରେ ଅଭିଯୋଗ ପାଇଁ ନୂଆ ଗାଇଡଲାଇନ ଜାରି କଲେ ଡିଜିପି

ଭୁବନେଶ୍ୱର: କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଗାଇଡଲାଇନ ଜାରି କରିଛନ୍ତି ପୋଲିସ ଡିଜି ଅଭୟ। ଲୋକେ କିଭଳି ଅଭିଯୋଗ କରିବେ, ଥାନା ଅଧିକାରୀ କିପରି ଅଭିଯୋଗ ବୁଝିବେ ସେନେଇ ବିସ୍ତୃତ ଭାବେ ଗାଇଡଲାଇନ ଜାରି ହୋଇଛି।

ଗାଇଡ୍‌ଲାଇନ୍‌ ଅନୁସାରେ, ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରହିବ କଣ୍ଟ୍ରୋଲ ରୁମ୍। ଟ୍ୱିଟର, ଫେସବୁକରେ ଜିଲ୍ଲା ପୋଲିସ କଣ୍ଟ୍ରୋଲ ରୁମ୍ ନମ୍ବର ଦିଆଯିବ। ପ୍ରତି ଥାନା ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ଦେବେ।

ଥାନାକୁ ନଯାଇ ଫୋନ କିମ୍ବା ଇ-ମେଲ୍ ମାଧ୍ୟମରେ ଅଭିଯୋଗ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଡିଜିପି।  ସେହିପରି ଥାନାକୁ ଫୋନରେ ଆସୁଥିବା ଅଭିଯୋଗର ତଦାରଖ ଏସ୍‌ପି ଓ ଡିଏସ୍‌ପି କରିବେ। ଲୋକଙ୍କ ଆପତ୍ତି ଶୁଣିବାକୁ ସବୁ ଥାନାରେ ଅଭ୍ୟର୍ଥନା କକ୍ଷ ରହିବ, ଯାହା ଥାନା ମୁଖ୍ୟ କୋଠା ଠାରୁ ଛାଡ଼ିକରି ରହିବ।

ଅଲଗା ଘର ନଥିଲେ ଟେଣ୍ଟ ଲଗାଯିବ ରିସେପ୍‌ସନ ଏରିଆ ନିୟମିତ ଭାବେ ବିଶୋଧନ କରାଯିବ ବୋଲି ପୋଲିସ ଡିଜି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରିଛନ୍ତି।

ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଏବଂ ହାତ ଧୋଇବାକୁ କୁହାଯିବ। ଡିଆଇଜି, ଏସ୍‌ପି, ଡିଏସ୍‌ପିଙ୍କ ଅଫିସ ମେନ୍ ଗେଟ୍‌ରେ ଫୋନ୍ ନମ୍ବରଗୁଡ଼ିକ ଡିସ୍‌ପ୍ଲେ କରାଯିବ। ମେନ୍ ଗେଟ୍‌ରେ ଅଭିଯୋଗ ବାକ୍ସ ରଖାଯିବ, ଯେଉଁଥିରେ ଲୋକେ ଅଭିଯୋଗ ପକାଇବେ ବୋଲି ଡିଜିପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like