କ୍ୱାରେଣ୍ଟିନ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ-ଡିଜିପି

ଭୁବନେଶ୍ୱର: କରୋନା ସଂକ୍ରମଣର ଭୟାବହତା ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଘର ବାହୁଡା ପ୍ରବାସୀ ଓଡ଼ିଆ କରୋନା ଆଶଙ୍କାକୁ ଆହୁରି ବଢାଇ ଦେଇଛନ୍ତି । ପ୍ରବାସରୁ ଫେରିଲେ କ୍ୱାରେଣ୍ଟାଇନରେ ରହିବା ପାଇଁ ନିୟମ ହୋଇଛି। ହେଲେ ସେମାନେ ଏହି ନିୟମ ମାନୁ ନାହାନ୍ତି।   ତେଣୁ  ଏହି ଅମାନିଆଙ୍କୁ ସାବାଡ କରିବା ପାଇଁ କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ।

ନିୟମ ଉଲ୍ଲଂଘନ କରୁଥିବା ପ୍ରବାସୀଙ୍କୁ କଡା ଚେତାବନୀ ଦେଇ  ଟୁଇଟ୍ କରି ଡିଜିପି । କହିଛନ୍ତି, କ୍ୱାରେଣ୍ଟିନ୍ ସେଣ୍ଟରରେ ପ୍ରବାସୀଙ୍କୁ ଦିଆଯାଉଥିବା ଆତିଥେୟତାର ଅର୍ଥ ନୁହେଁ ଯେ ସେମାନେ ବଦମାସୀ କରିବେ । ଏଭଳି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମସ୍ତ ପ୍ରବାସ ଫେରନ୍ତା କ୍ୱାରେଣ୍ଟିନ ସେଣ୍ଟରରେ ନିୟମ ପାଳନ କରି ରୁହନ୍ତୁ । କୋଭିଡ ନାଇନଟିନକୁ ନେଇ ଉଦ୍ଦିଷ୍ଟ ସରକାରୀ ଗାଇଡଲାଇନ୍ ଉଲ୍ଲଂଘନ କରି ଅନ୍ୟମାନେଙ୍କୁ ବିପଦରେ ପକାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟୁଇଟ୍ କରିଛନ୍ତି ପୋଲିସ ଡିଜି।

 

You might also like