• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି ଅଭୟ। ଆଇଜି ରେଖା ଲୋହାନୀ ଏହି ମାମଲାର ତଦନ୍ତ କରିବେ। ତେବେ ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା  ୧୨ ଦିନ ପରେ ଏପରି ରାଜ୍ୟ ପୁଲିସର ଏପରି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି।

ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମର ୧୨ଦିନ ପରେ ରାଜ୍ୟ ପୁଲିସର ଚେତା ପଶିଛି। ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ହସ୍ପିଟାଲରେ ୮ଦିନ ଧରି ମୃତ୍ୟୁ ସହ ସଂଘର୍ଷ ପରେ ଗତ ୨୦ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଥାଉ କି, ଗତମାସ ୨୮ ତାରିଖରେ ମିନାକ୍ଷୀଙ୍କ ପୁଅ କୃତ୍ତିବାସଙ୍କୁ ତାଙ୍କ ଘର ସାମ୍ନାରେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏନେଇ ମିନାକ୍ଷୀ ବ୍ରହ୍ମପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଏହି ମାମଲାରେ ବୈଦନାଥପୁର ପୋଲିସ୍ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତାସହ ମୀନାକ୍ଷୀଙ୍କ ପୁଅକୁ ମଧ୍ୟ ଗିରଫ କରିଥିଲା ପୋଲିସ୍ । ତେବେ ପୁଅ ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗ କରି ମିନାକ୍ଷୀ ଗତ ୬ ତାରିଖରେ ବ୍ରହ୍ମପୁର ଏସପିିଙ୍କୁ ଭେଟି ନ୍ୟାୟ ମାଗିଥିଲେ। କିନ୍ତୁ ନ୍ୟାୟ ନମିଳିବାରୁ ସେ ୧୨ ତାରିଖରେ ପୁଣି ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟିବାକୁ ଆସିଥିଲେ। ହେଲେ ଭେଟିନପାରି ଚରମ ନିଷ୍ପତ୍ତି ନେଇଥିଲେ।

ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମଦାହ ଉଦ୍ୟମ କରିଥିଲେ। ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲ । ଚିକିତ୍ସାଧୀନ ଅବସ୍ଥାରେ ୨୦ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

ମାତ୍ର ପୁଲିସ ଏସପିଙ୍କ କାର୍ଯ୍ୟାଳୟରେ ଏଭଳି ଘଟଣାକୁ ରାଜ୍ୟ ସରକାର ସାମାନ୍ୟତମ ଗୁରୁତ୍ୱ ଦେଇନଥିଲେ।  କିନ୍ତୁ ଶ୍ରୀମତୀ ମିଶ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ପୁଲିସ ଡିଜିଙ୍କ ମାଧ୍ୟମରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Dgp-abhay-orders-high-level-enquiry-into-death-of-bjd-woman-leader-meenakshi-mishra-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories