ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ତିର୍ତ୍ତୋଲ: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ସ୍ଥିତିକୁ ପରଖିଛନ୍ତି ପୋଲିସ୍ ଡିଜି ଅଭୟ। ସେ ଜଗତସିଂହପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପୁଲିଂ ବୁଥ୍‌କୁ  ତିନି ସ୍ତରରେ ବିଭକ୍ତ କରାଯାଇଛି। ଅଣ ସମ୍ବେଦନଶୀଳ, ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ଭାବେ ଭାଗ କରାଯାଇଛି।

କଡ଼ା ସୁରକ୍ଷା ମଧ୍ୟରେ ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ବୁଥ୍‌ରେ ଫୋର୍ସ ମୁତୟନ କରାଯିବ। ୨୧ ପ୍ଲାଟୁନ୍ ଫୋର୍ସ, ୩ ଫ୍ଲାଟୁନ୍ ସେଣ୍ଟ୍ରାଲ ଫୋର୍ସ, ଏସ୍‌ପି ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହାସହ ଫ୍ଲାଇଙ୍ଗ ସ୍କ୍ୱାଡକୁ ବି ସଜାଗ ରଖାଯାଇଛି।ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀଙ୍କୁ ଚିହ୍ନଟ କରାଯିବା ସହ ୭୫ ୱାରେଣ୍ଟିଙ୍କୁ ଜେଲ୍ ପଠାଯାଇଛି।

ଏସବୁ ପରିସ୍ଥିତିକୁ ପରଖିଛନ୍ତି ଡିଜିପି। ଏହି ବୈଠକରେ ଆଇନ ଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ବା, ଗୁଇନ୍ଦା ମୁଖ୍ୟ, ଜଗତସିଂହପୁର ଏସ୍‌ପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ଥିଲେ।

You might also like