ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗଣ୍ଡଗୋଳ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ବିଶୃଙ୍ଖଳାକାରୀ ସାବଧାନ

ଭୁବନେଶ୍ୱର : ବିଭିନ୍ନ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗଣ୍ଡଗୋଳ କରୁଥିବା ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଏଭଳି ଢଙ୍ଗରେ ଆନ୍ଦୋଳନକାରୀଙ୍କୁ ଚେତାଇ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର.ପି. ଶର୍ମା।

ପୁଲିସ ବିଭାଗର ବାର୍ଷିକ ରିପୋର୍ଟ ଉପସ୍ଥାପନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ ଏ ବର୍ଷ ୧୯ଜଣ ମାଓବାଦୀ ନିହତ ହୋଇଛନ୍ତି ଓ ୩୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆତ୍ମସମର୍ପଣ କରିଛନ୍ତି ୨୭ ଜଣ ମାଓବାଦୀ କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ।

You might also like