ଦିଲ୍ଲୀ ଫେରିଗଲେ ଅାମିକସ୍‌କ୍ୟୁରୀ

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ସେବାୟତଙ୍କ ବ୍ୟବହାର ଭଲ ହେବା ଜରୁରୀ । ଅାଚାର, ବ୍ୟବହାର ଏବଂ ସମୟାନୁବର୍ତ୍ତିତା ଉପରେ ଧ୍ୟାନ ଦେବାକୁ ପଡ଼ିବ । ଅାଜି ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ସୁପ୍ରିମକୋର୍ଟଙ୍କ ଅାମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ।

ଦିଲ୍ଲୀ ଫେରିବା ପୂର୍ବରୁ ଭୁବନେଶ୍ୱର ବିମାନ ମନ୍ଦରରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ସଂସ୍କାର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ମୁଖ୍ୟତଃ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେଇଛନ୍ତି ଅାମିକସ୍‌କ୍ୟୁରୀ । ଏନେଇ ସେ ଗଜପତି ମହାରାଜ, ସେବାୟତ ଏବଂ ମନ୍ଦିର ପ୍ରଶାସନଙ୍କ ସହ ଅାଲୋଚନା କରିଛନ୍ତି ।

ଏହାଛଡ଼ା ଶ୍ରୀମନ୍ଦିର ସେବାୟତଙ୍କ ଅାର୍ଥିକ ଓ ସାମାଜିକ ଦିଗକୁ ମଧ୍ୟ ବୈଠକରେ ଗୁରୁତ୍ୱ ଦିଅାଯାଇଥିବା କହିଛନ୍ତି ଅମିକସ୍‌କ୍ୟୁରୀ । ପୁଣି ଥରେ ୩ ସପ୍ତାହ ପରେ ପୁରୀ ଅାସି ଅନୁଧ୍ୟାନ କରିବେ ବୋଲି ଗୋପାଳ ସୁବ୍ରମଣ୍ୟମ୍ କହିଛନ୍ତି ।

You might also like