ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ !

ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସରକାରଙ୍କ ଉପହାର

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସରକାରଙ୍କ ଉପହାର। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ ମାତ୍ର ଶହେ ଟଙ୍କାରେ ରହିପାରିବେ। ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ବାସେଳୀ ସାହି ଥାନା ପାଖରେ ଭକ୍ତ ନିବାସ ନିର୍ମାଣ ହେବ ଏଥିରେ ଶହେରୁ ଦେଢ଼ ଶହ ଟଙ୍କାରେ ଭକ୍ତମାନେ ରହିପାରିବେ। ଭକ୍ତ ନିବାସ ନିର୍ମାଣ ଲାଗି ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି। ୩ରୁ ୪ ହଜାର ଲୋକଙ୍କ ରହଣି ବ୍ୟବସ୍ଥା ଥିବା ଭକ୍ତ ନିବାସ ନିର୍ମାଣ ହେବ।

ତେବେ ପୁରୀକୁ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ ଆଗମନ କରନ୍ତି। କରୋନା ମହାମାରୀ ଲାଗି ମାର୍ଚ୍ଚ ମାସରୁ ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ହୋଇଥିଲା। ତେବେ ପୁଣି ଥରେ ଶ୍ରୀମନ୍ଦିର ଖୋଲିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ମନ୍ଦିର ଖୋଲିଲେ ପୁଣି ଭକ୍ତଙ୍କ ସଂଖ୍ୟା ବଢିବ। ତେବେ ଭକ୍ତମାନେ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

You might also like