‘ଫୋନି’ ଦୋହଲାଇ ଦେଲା ବଳଙ୍ଗାର ମାନଚିତ୍ର

ପୁରୀ: ‘ଫୋନ‘ କୋପରେ ସମଗ୍ର ପୁରୀ ଜିଲ୍ଲା ଛାରଖାର ହୋଇଯାଇଛି। ଜିଲ୍ଲାର ଅନ୍ୟ ଅଞ୍ଚଳ ଭଳି ବଳଙ୍ଗାରେ ବି ଧ୍ୱଂସର ତାଣ୍ଡବ ରଚିଛି ‘ଫୋନି’। ମହା ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି ବଳଙ୍ଗା ଅଞ୍ଚଳର ମାନଚିତ୍ର।

ପବନ ମାଡ଼ରେ ଖାଲି ଯେ ଲୋକଙ୍କ ଘରଦ୍ୱାର ଭାଙ୍ଗିଛି ତା ନୁହେଁ, ବରଂ ଉକ୍ତ ଅଞ୍ଚଳର ସ୍କୁଲ, କଲେଜ, ଡାକ୍ତରଖାନା ଭଳି ସମସ୍ତ ଭିତ୍ତିଭୂମି ମାଟିରେ ମିଶିଯାଇଛି। ବଳଙ୍ଗାରେ ‘ଫୋନି’ ଯେଭଳି କ୍ଷତ ସୃଷ୍ଟି କରିଛି ତାହା ପୂରଣ ହେବାକୁ କେତେ ଯେ ସମୟ ଲାଗିବ, ତାହା ଅନୁମାନ କରିବା ମୁସ୍‌କିଲ୍‌। 

ପ୍ରଳୟଙ୍କରୀ ‘ବାତ୍ୟା’ ଫୋନି ଯିବାର ୧୦ ଦିନରୁ ଅଧିକ ଦିନ ବିତିଲାଣି ହେଲେ ଏଯାଏ ବଦଳି ପାରିନି ନିରାଶ୍ରୟଙ୍କ ଠିକଣା। ସେଇ ଦି ହାତର ଦୋକାନ ବାରଣ୍ଡାରେ ବିତୁଛି ବାସହରାଙ୍କ ଜୀବନ। ଏମିତି ଗୋଟିଏ କି ଦୁଇଟି ନୁହେଁ, ବରଂ ଫୋନି ପ୍ରଳୟ ପରେ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଶହ ଶହ ପରିବାର ଭାଗ୍ୟରେ ଜୁଟିଛି ଏମିତି ବିଡମ୍ବନା।

୩ ତାରିଖରେ ହୋଇଥିବା ସେହି ପ୍ରଳୟଙ୍କାରୀ ଅଣଚାଶ ପବନକୁ ସାମ୍‌ନା କରିନପାରି ସତେ ଯେମିତି ଚିର ନିଦ୍ରାରେ ଶୋଇ ଯାଇଛି ସମଗ୍ର ବଳଙ୍ଗା ଅଞ୍ଚଳ। ବାତ୍ୟା ମାଡ଼ରେ ଘରଦ୍ୱାର ତ ଭାଙ୍ଗିଛି, ତା’ସହ ପୂରା ବଳଙ୍ଗା ଅଞ୍ଚଳର ସମସ୍ତ ସରକାରୀ ଭିତ୍ତିଭୂମିକୁ ବି ସମ୍ପୂର୍ଣ୍ଣ ଧରାଶାୟୀ କରିଛି ବାତ୍ୟା ‘ଫୋନି’।

ବଳଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀଙ୍କ ଗହଣରେ କମ୍ପି ଉଠୁଥିବା  କ୍ୟାମ୍ପସ ବାତ୍ୟା ପରେ ପାଲଟିଛି ଧ୍ୱଂସ ସ୍ତୁପ। ସତେ ଯେମିତି ‘ଫୋନି’ ଆଗରେ ନିଜର ସମଗ୍ର ସତ୍ତା ହରାଇ ବସିଛି ଏହି ବିଦ୍ୟାଳୟ।

ସେହିପରି ବଳଙ୍ଗା ମେଡିକାଲ୍‌ ମଧ୍ୟ ସମାନ ଦଶା ଭୋଗିଛି। ଏହି ଅଞ୍ଚଳର ପ୍ରାୟ ୩୦ ହଜାର ଲୋକଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରୁଥିବା ଏକମାତ୍ର ହସ୍ପିଟାଲର ମାନଚିତ୍ରକୁ ବଦଳାଇ ଦେଇଛି ବାତ୍ୟା।

ବଳଙ୍ଗା-ନିମାପଡ଼ା ରାସ୍ତାର ନହନ୍ତରା ଛକଠାରେ ଥିବା ରାଜ୍ୟ ପଣ୍ୟାଗାର ନିଗମ ଗୋଦାମ ଘରର ଆଜ୍‌ବେଷ୍ଟୋସ୍‌ ଫୋନିର ପ୍ରଖର ପବନରେ ଉଡ଼ି ଯାଇଛି। ଏଥିସହ କୋଟି କୋଟି ଟଙ୍କାର ସରକାରୀ ଚାଉଳ ନଷ୍ଟ ହୋଇଛି।

ସମଗ୍ର ବଳଙ୍ଗା ଅଞ୍ଚଳରେ ଫୋନି ଯେଉଁଭଳି ଭାବରେ ତାଣ୍ଡବ ରଚିଛି ତାର କ୍ଷତ ଏତେ ଗଭୀର ଯେ, ତାହା ପୂରିବାକୁ କେତେ ସମୟ ଲାଗିବ, ତାହା ଆକଳନ କରିବା କାଠିକର ପାଠ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like