ITDA ଅଫିସର ସହକାରୀ ର୍ନିବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକଙ୍କ ନାଁରେ ଥାନାରେ ଏତଲା

ବାରିପଦା:  ITDA କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ୩ ସମର୍ଥକ ବାରିପଦା ITDA ଅଫିସର ସହକାରୀ ର୍ନିବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ଏତଲା ହୋଇଛି।

ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କ ସୂଚନା ମୁତାବକ, ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ତାଙ୍କୁ ଭେଟିବାକୁ ଫୋନ କରି ଡକାଇଥିଲେ। ତେବେ ନିର୍ବାହୀ ସହକାରୀ ଯନ୍ତ୍ରୀ ଜଣକ ଡ୍ୟୁଟିରେ ଥିବାବେଳେ ବିଧାୟକଙ୍କୁ ଦେଖା କରିବାକୁ ଯାଇ ପାରିନଥିଲେ। ସଂଧ୍ୟାରେ କାମରୁ ଫେରିବା ପରେ ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ ହାଉସ୍‌କୁ ଆସିଥିବାବେଳେ ବିଧାୟକ ଏବଂ ତାଙ୍କ ୩ ସମର୍ଥକ ତାଙ୍କୁ ମାଡ଼ ମାରିଥିଲେ।

ଆକ୍ରମଣରେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଚିକିତ୍ସା ପରେ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଛନ୍ତି। ପୋଲିସ ବିଧାୟକଙ୍କୁ ଥାନାକୁ ଡାକି ପଚରାଉଚରା କରିଛି। ବିଧାୟକଙ୍କୁ ଥାନାକୁ ଡକାଯିବା ପରେ ଏହାକୁ ବିରୋଧ କରି ସମର୍ଥକମାନେ ଥାନାରେ ହୋହଲ୍ଲା କରିବା ସହିତ ଗେଟ୍‌ ଭିତରକୁ ଧସେଇ ପଶିଥିଲେ। ସେପଟେ ସହକାରୀ ଯନ୍ତ୍ରୀ ଗଣପତି ଜେନା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ପ୍ରକାଶ ସୋରେନ।

You might also like