ରେଡ୍‌ ଜୋନ୍‌ରେ ଭୁବନେଶ୍ୱର, କେଉଁ ଜିଲ୍ଲା କେଉଁ ଜୋନ୍‌ରେ ଦେଖନ୍ତୁ ତାଲିକା

ଭୁବନେଶ୍ୱର: ଲକଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହ ଜୋନ୍‌କୁ ନେଇ ଜିଲ୍ଲା ବର୍ଗୀକରଣ କରିଛନ୍ତି ସରକାର। ରେଡ୍‌ ଜୋନ୍‌ରେ ରାଜ୍ୟର ୩ଟି ଜିଲ୍ଲା ସହିତ ଗୋଟିଏ ପୌର ନିଗମ ସାମିଲ ହୋଇଛି। ସେଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱର ପୌର ନିଗମ। ତେବେ ଅରେଞ୍ଜ ଜୋନ୍‌ରେ ଖୋର୍ଦ୍ଧା ଜିଲ୍ଲା ଥିଲେ ବି ଭୁବନେଶ୍ୱରକୁ ରେଡ୍ ଜୋନ୍‌ରେ ରଖାଯାଇଛି। ରାଜ୍ୟର ୧୬ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି।

ତେବେ ରେଡ୍‌ ଜୋନ୍ ଥିବା ଅଞ୍ଚଳରେ ମଲ୍, ମାର୍କେଟ କଂପଲେକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ। ସାଇକେଲ୍ ରିକ୍ସା ଓ ଅଟୋ ରିକ୍ସା, ବସ୍‌ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ଘରୋଇ କାର୍‌ ଡ୍ରାଇଭର ସହ ୨ ପାସେଞ୍ଜର ଯାଇପାରିବେ। ଦୁଇଚକିଆ ଯାନରେ ପଛରେ କାହାକୁ ଅନୁମତି ମିଳିବ ନାହିଁ।

୩ଟି ଜୋନ୍‌ରେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ। ସିନେମା ହଲ, ଜିମ୍ନାସିୟମ, ସ୍ପୋର୍ଟସ କମ୍ପଲେକ୍ସ ଖୋଲିବନି। ସୁଇମିଂ ପୁଲ, ପାର୍କ, ଥିଏଟର, ବାର୍ ଓ ଅଡିଟୋରିୟମ, ଉତ୍ସବ ଆଦି ମଧ୍ୟ ବନ୍ଦ ରହିବ।

  • ରେଡ୍ ଜୋନ୍- ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱର ପୌର ନିଗମ
  • ଭୁବନେଶ୍ୱର ପୌର ନିଗମକୁ ଛାଡ଼ି ସମଗ୍ର ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନରେ
  • ଅରେଞ୍ଜ ଜୋନ୍- ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ
  • ଗ୍ରୀନ୍ ଜୋନ୍- ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ, ପୁରୀ

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like