ପୁଣି ଚର୍ଚ୍ଚାରେ ପୁରୀ ଏମ୍‌ଆର ମଠ; ପୂର୍ବରୁ ମିଳିଥିଲା ୫୨୨ ରୂପା ଇଟା, ଏବେ ୬ଟି ଗୁପ୍ତ ଭୂତଳ କୋଠରୀ ଠାବ

ପୁରୀ: ପୁଣି ଚର୍ଚ୍ଚା ପରିସରକୁ ଆସିଛି ପୁରୀ ଏମ୍‌ଆର ମଠ। ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ହୋଇଥିବା ଏହି ମଠକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରୁଥିବା ବେଳେ କିଛି ଗୁପ୍ତ କୋଠରୀ ଥିବା ଦେଖିବାକୁ ମିଳିଛି। ତେବେ କାହିଁକି ଓ କ’ଣ ପାଇଁ ଏହି ଚାରି ମହଲା ବିଶିଷ୍ଟ ୬ଟି ଭୂତଳ କୋଠରୀ ରହିଥିଲା। ତାର ସଠିକ୍ ତଥ୍ୟ ମିଳି ନାହିଁ। ତେବେ ପୂର୍ବରୁ ଏଇ ମଠରୁ ୫୨୨ ଖଣ୍ଡ ରୂପା ଇଟା ମିଳିଥିବା ବେଳେ ଗୁପ୍ତ କୋଠରୀ ଭିତରେ ଗୁପ୍ତଧନ ଓ ସୁଡ଼ଙ୍ଗ ଥାଇପାରେ ବୋଲି ପୁରୀ ବାସିନ୍ଦା ଅନୁମାନ କରୁଛନ୍ତି। ତେବେ ଗବେଷକ କିନ୍ତୁ ଅଲଗା ମତ ରଖିଛନ୍ତି ।

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମଠ ଉଚ୍ଛେଦ ଚାଲିଥିବାବେଳେ ଉପରୋକ୍ତ କଥା ଜଣାପଡ଼ିବା ପରେ ରହସ୍ୟ ଜାଣିବାକୁ ଲୋକଙ୍କ ଉତ୍କଣ୍ଠା ବଢ଼ିଥିଲା । ଅବ୍ୟବହୃତ ଅନ୍ଧାର କୋଠରୀ ଓ ସେଠି ବସା କରିଥିବା ଶହ ଶହ ଚେମେଣିଙ୍କୁ ଦେଖି ବି ଅନୁମାନ ଅଧିକ ସତ ଲାଗୁଥିଲା।

ବର୍ଷ ବର୍ଷ ଧରି ବନ୍ଦ ପଡ଼ିଥିବା କୋଠରୀ ସବୁକୁ ଭଙ୍ଗାଯିବାବେଳେ ଭିତରେ ବିଷଧର ସର୍ପ ଥିବା ଆଶଙ୍କାରେ ସ୍ନେକ୍ ହେଲ୍‌ପଲାଇନ୍‌ର ସାହାଯ୍ୟ ନେଇଥିଲା ଜିଲ୍ଲା ପ୍ରଶାସନ। ତେବେ ଏ ପୁରାତନ ମଠର ଏସବୁ କୋଠରୀ ଭିତରେ କିମ୍ବା ତଳେ ଅଧିକ ମୂଲ୍ୟବାନ ସାମଗ୍ରୀ ଥିବା ଆଶଙ୍କାକୁ ଏଡ଼ାଇ ଯାଇନଥିଲେ ଆଖପାଖ ବାସିନ୍ଦା।

ଏମ୍ଆର ମଠର ସମ୍ପର୍କ ଶ୍ରୀମନ୍ଦିର ସହ ଯେତିକି ନିବିଡ଼, ଏହାର ଇତିହାସ ମଧ୍ୟ ସେତିକି ଉତ୍କଣ୍ଠାପୂର୍ଣ୍ଣ । ତେଣୁ ମଠ ଭିତରୁ ଏସବୁ ରହସ୍ୟଜନକ କୋଠରୀରର ସନ୍ଧାନ ମିଳିବା ପରେ ଏବେ ଲୋକଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଉଠିଛି।

ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ରାମାନୁଚାର୍ଯ୍ୟଙ୍କ ପୁରୀ ଆଗମନ ସମୟରେ ଏ ମଠର ନିର୍ମାଣ ହୋଇଥିବା ଅନୁମାନ କରାଯାଏ। ଯାହାର କି ଶ୍ରୀଜଗନ୍ନାଥଙ୍କ ଭୋଗ ନୀତି ସହ ସ୍ୱତନ୍ତ୍ର ସମ୍ପର୍କ ରହିଛି । ତା’ସହ ଶହ ଶହ ମଠ ବର୍ଷ ବର୍ଷ ଧରି ଭକ୍ତ ଓ ସାଧୁ ସନ୍ଥ ଏବଂ ଦରିଦ୍ର ନାରାୟଣଙ୍କୁ ପଂକ୍ତି ଭୋଜନ ମଧ୍ୟ ଦେଇ ଆସୁଛି। ଏମିତିକି ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ଏଇଠୁ ଦିନ ଦିନ ଧରି ହଜାର ହଜାର ଭୋକିଲାଙ୍କୁ ଅନ୍ନ ପରଷା ଯାଇଥିବାର ପ୍ରମାଣ ରହିଛି। ତେଣୁ ସମ୍ଭବତଃ ଏସବୁ କୋଠରୀକୁ ମଠ କର୍ତ୍ତୃପକ୍ଷ ଅମାର ଭାବେ ବ୍ୟବହାର କରି ଖାଦ୍ୟଶସ୍ୟ ମହଜୁଦ୍ ରଖୁଥିବା ମନେ କରାଯାଏ।

ଶ୍ରୀମନ୍ଦିର ଚୌହଦି ସଫା ଅଭିଯାନକ୍ରମେ ଦ୍ୱିତୀୟ ମଠ ଭାବେ ପାଳି ପଡ଼ିଛି ଏମ୍ଆର ମଠର। ଏହା ଭିତରର ଗୁପ୍ତ କୋଠରୀକୁ ନେଇ ମଠ ଯେତିକି ଚର୍ଚ୍ଚାର ପରିସରକୁ ଆସିଛି ତାଠୁ ଅଧିକ ଚର୍ଚ୍ଚାରେ ରହିଥିଲା ୨୦୧୧ ମସିହାର ଘଟଣା। କାରଣ ଏହି ମଠ ଭିତରୁ ସେତେବେଳେ ମିଳିଥିଲା କୋଟି କୋଟି ଟଙ୍କା ମୂଲ୍ୟର ୫୨୨ଖଣ୍ଡ ରୂପା ଇଟା। ତେଣୁ ସେବେଠାରୁ ମଠ ଭିତରେ ଅଧିକ ଧନରତ୍ନ ଗଛିତ ଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇ ଆସୁଥିଲା।

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like