ଲକ୍‌ଡାଉନ୍ ସତ୍ତ୍ୱେ ରାଜଧାନୀର ବିଭିନ୍ନ ଛକରେ ଭିଡ଼

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କାଲି ସାରା ଦେଶରେ ଲାଗୁ ହୋଇଥିଲା ଜନତା କର୍ଫ୍ୟୁ। ଏଥସହିତ ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ଯାଏ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୯ଟି ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରିବାକୁ କୁହାଯାଇଛି।

ଗତକାଲି ‘ଜନତା କର୍ଫ୍ୟୁ’କୁ ସାରା ରାଜ୍ୟ ମାନିଥିଲା। ରାସ୍ତା ଘାଟ ଥିଲ ଶୁନ୍‌ଶାନ୍‌। କାଁଭାଁ ଗାଡ଼ି ଚଳାଚଳ କରୁଥିଲା। ଆଜି କର୍ଫ୍ୟୁ ନାହିଁ ସତ, ହେଲେ ଲକ୍ ଡାଉନ୍ ବଳବତ୍ତର ରହିଛି।  ଏହା ସତ୍ତ୍ୱେ ରାଜଧାନୀର ବିଭିନ୍ନ ଛକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଡମଣା, ଜୟଦେବ ବିହାର, ନାଲକୋ ଛକ, ଆଚାର୍ଯ୍ୟ ବିହାର ଭଳି ଛକରେ ଅନ୍ୟ ଦିନଠୁ କିଛି ଅଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ପୋଲିସ୍ ପକ୍ଷରୁ ବିଭିନ୍ନ ଛକରେ କଡ଼ା ଯାଞ୍ଚ କରିବା ସହ ଲୋକଙ୍କୁ ପଚରାଉଚରା କରାଯାଉଛି।

କାହିଁକି ଲୋକେ ବହାରକୁ ବାହାରିଛନ୍ତି ତାକୁ ନେଇ ଯାଞ୍ଚ ପରେ ଲୋକଙ୍କୁ ଛଡ଼ା ଯାଉଛି। କିଛି ଲୋକେ ବିନା କିଛି କାମରେ ବାହାରୁଥିବା ବେଳେ ତାଙ୍କୁ ପୋଲିସ୍ ପୁଣି ଥରେ ଘରକୁ ଫେରାଇ ଦେଉଥିବା ଦେଖିବାକୁ ମିଳିଛି । ତେବେ କିଛି ଲୋକେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ପାଇଁ ବାହାରୁଥିବା କହିଛନ୍ତି ।

You might also like