ଭୁବନେଶ୍ୱର: ଆସନ୍ତାକାଲି ଗଡ଼ିବନି ବସ୍। କରୋନା ପାଇଁ ହୋଇଥିବା ଗ୍ରୀନ୍ କିମ୍ବା ଅରେଞ୍ଜ ଜୋନ୍ରେ ବସ୍ ଗଡ଼ିବନି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ବସ୍ ଚଳାଚଳ କରିପାରିବ ନାହିଁ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ।
ଦୁଇଟି ଗ୍ରୀନ୍ ଜୋନ ଜିଲ୍ଲା ମଧ୍ୟରେ ରେଡ୍ ଜୋନ୍ ଆସୁଥିବାରୁ ବସ୍ କିଭଳି ଚାଲିବ ସ୍ପଷ୍ଟ ହୋଇନାହିଁ। ରାଜ୍ୟ ସରକାର ମଧ୍ୟ ଏଯାଏଁ କୌଣସି ଗାଇଡଲାଇନ୍ କରିନାହାନ୍ତି ବୋଲି ସେ କହିଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବୁ ବୋଲି ବୈଠକ ପରେ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।
ସେପଟେ ଘରୋଇ ବସ୍ ମାଲିକ ସଂଘର ବୈଠକ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ରାଜ୍ୟରେ ବସ୍ ଚଳାଚଳ ନେଇ କାଲି ଲୋକସେବା ଭବନରେ ବସିବ ବୈଠକ। ବସ୍ ମାଲିକ ସଂଘ ସମସ୍ୟା ନେଇ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।