• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ନାଁକୁ ବିଜୁଳିରେ ବଳକା ରାଜ୍ୟ। ହେଲେ ଏବେ କିନ୍ତୁ ଘୋର ସମସ୍ୟା ସ୍ଥିତି। ଏମିତି ଯେ ବିଜୁଳି ଚାହିଦା ଭରଣା ପାଇଁ ବଜାରରୁ ଦୈନିକ ହଜାରେ ମେଗାଓ୍ୱାଟ୍ ବିଜୁଳି କିଣୁଛନ୍ତି ରାଜ୍ୟ ସରକାର। ଯାହାର ଦାମ୍ ୧୨ରୁ ୧୬ କୋଟି ଟଙ୍କା। ହେଲେ କାହିଁକି ଏଭଳି ସ୍ଥିତି ?

କୁହାଯାଉଛି ଭରତପୁର ଦୁର୍ଘଟଣା ପରେ ଏମ୍‌ସିଏଲ୍ କୋଇଲାଖଣି ଗୁଡ଼ିକରେ ପାଖାପାଖି ଦୁଇସପ୍ତାହ ଧରି ଆନ୍ଦୋଳନ ଚାଲିବାରୁ କୋଇଲା ଯୋଗାଣରେ ଗୁରୁତର ପ୍ରଭାବିତ ହେଲା। ଯାହାର ସିଧାସଳଖ ପ୍ରଭାବ ପଡ଼ିଲା ବିଦ୍ୟୁତ୍ ଉତ୍ପାଦନ ଉପରେ। ଏଥିସହ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବି ମରାମତି ଆଳରେ ଏନ୍‌ଟିପିସି ଓ ଟିଟିପିଏସ୍‌ର କିଛି ୟୁନିଟ୍‌କୁ ବନ୍ଦ ରଖାଯିବା ମଧ୍ୟ ବିଜୁଳି ଉତ୍ପାଦନ ହ୍ରାସର ଅନ୍ୟତମ କାରଣ।

ତେବେ ଆନ୍ଦୋଳନ ଗତ ୬ ତାରିଖରୁ ହଟିଥିଲେ ବି ସ୍ଥିତିରେ ସୁଧାର ଆସିନି। ଏବେ ବି ଏନ୍‌ଟିପିସି ୯ ଶହ ମେଗାଓ୍ୱାଟ୍ ବଦଳରେ ୩୫୦ ଏବଂ ଟିଟିପିଏସ୍ ୪୬୦ ବଦଳରେ ମାତ୍ର ୧୧୦ ମେଗାଓ୍ୱାଟ୍ ବିଜୁଳି ଯୋଗାଉଛି। ଯେଉଁଥିପାଇଁ ତଣ୍ଡ ଗଣୁଛନ୍ତି ସରକାର।

ରାଜ୍ୟରେ ଏବେ ପିକ୍ ଆଓ୍ୱାରରେ ଦୈନିକ ୪ ହଜାର ମେଗାଓ୍ୱାଟ୍ ବିଜୁଳିର ଆବଶ୍ୟକତା ରହୁଛି। ହେଲେ ବିଭିନ୍ନ ଜଳ ଓ ତାପଜ ବିଦ୍ୟୁତ୍ ଭଳି ଉତ୍ସରୁ ଏବେ ମାତ୍ର ୩ ହଜାର ମେଗାଓ୍ୱାଟ୍ ଯାଏ ବିଜୁଳି ମିଳି ପାରୁଛି। ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି ଯେ ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ ବୋଲି ଡିଣ୍ଡିମ ପିଟୁଥିବା ସରକାରଙ୍କ ପରିଚାଳନାଗତ ତ୍ରୁଟି ହିଁ ବର୍ତ୍ତମାନର ସମସ୍ୟା ପାଇଁ ଦାୟୀ।

ନିଅଣ୍ଟିଆ ବିଦ୍ୟୁତ୍‌ର ଏ ସ୍ଥିତି ଶୀଘ୍ର ନବଦଳିଲେ ବର୍ଷାଦିନ ସରିବା କ୍ଷଣି ସ୍ଥିତି ଅଣାୟତ୍ତ ହେବାର ଆଶଙ୍କାକୁ ଏଡ଼ାଯାଇ ନପାରେ।

https://youtu.be/zyAjQLBOTdc

Despite-normalcy-in-mcl-odisha-forced-to-buy-1000-mw-of-power-from-out-state
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories