• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋର(ନିରଞ୍ଜନ ବେହେରା) : ଉପକୂଳିଆ ଲୋକଙ୍କୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ୟାସ । ଆସନ୍ତା ୨୬ ତାରିଖରେ ବାଲେଶ୍ବରରେ ‘ୟାସ’ ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ଲୋକେ । ଜିଲ୍ଲାରେ ଥିବା କେଉଁ ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ବାତ୍ୟା ଆଶ୍ରୟସ୍ଥଳୀ ଅପରିଷ୍କାର ହୋଇ ପଡିରହିଛି । ଗୋଟିଏ ପଟେ କରୋନା ମହାମାରୀ ସମସ୍ତଙ୍କୁ ଛଟପଟ କରାଉଥିବା ବେଳେ ଅନ୍ୟପଟେ ବାତ୍ୟା ୟାସରେ କେମିତି ରହିବେ ତାହା ଏବେ ସବୁଠୁ ବଡ଼ ଚିନ୍ତା ବିଷୟ ।

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ତାଳପଦା ବ୍ଲକର ଜାମୁକା ମୁହାଁଣ ଓ ବାହାନଗା ବ୍ଲକର ପଞ୍ଚୁବିଶା ଓ ବାଉଁଶଆଡିଆ ବାତ୍ୟା ଆଶ୍ରୟସ୍ଥଳୀରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଦେଖିବାକୁ ମିଳିଛି ।  ଲୋକଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀରେ ଏବେ ପରିତ୍ୟକ୍ତ ହୋଇ ପଡିରହିଛି । ବାତ୍ୟା ଆସୁଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳୀରେ ପିଇବା ପାଣି ସୁବିଧା ନାହିଁ କି ବିଦ୍ୟୁତ ବ୍ୟବସ୍ଥା ନାହିଁ । ଆବଶ୍ୟକୀୟ ଜିନିଷ ପତ୍ର ଗୁଡିକ ଏଣେତେଣେ ପଡ଼ି ରହିଛି । କିଛି ଆଶ୍ରୟସ୍ଥଳୀରେ ମଦ ବୋତଲ ପଡ଼ିରହିଛି । ଆଉ ୬ ଦିନ ପରେ ବାଲେଶ୍ବର ଜିଲ୍ଲାର ଲ୍ୟାଣ୍ଡଫଲ କରିପାରେ ବାତ୍ୟା ୟାସ । ହେଲେ ରହିବା ଉପଯୋଗୀ ନାହିଁ କୌଣସି ବି ବାତ୍ୟାଆଶ୍ରୟ ସ୍ଥଳୀ ।

ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଜନସାଧାରଣଙ୍କ ବ୍ୟବହାର ପାଇ ହୋଇଥିବା ଏବେ ସେଠାରେ ପକ୍ଷୀ ରହିବା ଆରମ୍ଭ କଲେଣି । ରକ୍ଷଣାବକ୍ଷେଣ ଅଭାବରୁ ପକ୍ଷୀ ମାନେ ପାଇଖାନାରେ ରହୁଥିବା ଦେଖିବାକୁ ମିଳିଛି ।  ଲୋକେ ବାତ୍ୟା ହେଲେ ସେହି ସ୍ଥାନରେ କିପରି ରହିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ବାତ୍ୟା ସମୟରେ ପାଣି ଦରକାର ପଡିଲେ ମଧ୍ୟ ପାଣିରେ ସୁବିଧା ନାହିଁ । ଅବ୍ୟବସ୍ଥା ଭିତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଯଥା ଶୀଘ୍ର ପରିଷ୍କାର ପରିଚ୍ଛନ୍ନ କରିବା ସହିତ ବିଦ୍ୟୁତ ସଂଯୋଗ କଲେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଅସମୟରେ ଲୋକେ ସାହାରା ନେଇପାରିବେ ବୋଲି ଦାବି ହୋଇଛି ।

Derelict-condition-of-cyclone-shelter-center-in-soro
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories