ଦୁର୍ଘଟଣାରେ ବୌଦ୍ଧ କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ

ବୌଦ୍ଧ: ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ଓଲଟି ପଡ଼ିଲା ବୋଲେରୋ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ରାଧାନଗର ଛକ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି।

ଏଥିରେ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋରଞ୍ଜନ ମଲ୍ଲିକ। ଦୁର୍ଘଟଣାରେ ଗାଡ଼ି ଚାଳକ ହରିଶଙ୍କର ପାଢ଼ି ଓ ପିଅନ ଚକ୍ରଧର ପାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏମାନେ ଗତକାଲି ଭୁବନେଶ୍ୱରରୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ  ବୌଦ୍ଧ ଜିଲ୍ଲାର ରାଧାନଗର ଛକ ନିକଟରେ ଦୁର୍ଘଟଣାର ସମ୍ମୁଖରନ ହୋଇଥିଲେ।

ବୌଦ୍ଧ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like