ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ଟାଇମ ଲାଇନରେ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୨ ତାରିଖ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟ ସଂଯୋଜନାରେ OCAC ପାଖରେ ଛାତ୍ରଛାତ୍ରୀଙ୍କ ମାର୍କ ଦାଖଲ କରାଯିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି।
ନଭେମ୍ବର ୫ ତାରିଖ ରାତି ୧୧ ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ନିଜ କ୍ୟାରିଅର ମାର୍କ SAMS ପୋର୍ଟାଲରେ ଉପଲୋଡ କରିବେ। ନଭେମ୍ବର ୧୦ ତାରିଖରେ ରାଜ୍ୟବ୍ୟାପୀ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏଥିସହ ନଭେମ୍ବର ୩୦ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ।
ଏନେଇ ଉଚ୍ଚଶିକ୍ଷା ବିଭାଗର ପର୍ଫୋରମାନ୍ସ ଟ୍ରାକିଂ ସେଲ ଦ୍ୱାରା ସମସ୍ତ ବିଶ୍ୱବିଦ୍ୟାଳୟର ପିଜି କାଉନ୍ସିଲ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ପତ୍ର ଲେଖାଯାଇଛି। ସୂଚନାଯୋଗ୍ୟ ଯେ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯିଏ ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟାଏ ପ୍ରବେଶିକା ପରୀକ୍ଷା ଚଳିତ ବର୍ଷରୁ ଆରମ୍ଭ କରିଛି।