୪୯ ନମ୍ୱର ଜାତୀୟ ରାଜପଥ ମରାମତି ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ

ଦେବଗଡ଼(ସିଦ୍ଧାର୍ଥ ଗୁରୁ ) : ଦେବଗଡ଼ ସହର ଦେଇ ଯାଇଥିବା ମୁମ୍ୱାଇ-କୋଲକାତା ସଂଯୋଗକାରୀ ୪୯ ନମ୍ୱର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାଜପଥରେ ଛୋଟବଡ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନୀ ଘଟୁଛି।

ଏହାର ପ୍ରତିବାଦ କରି ଦେବଗଡ ଜିଲା ବିଜେପି ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଫଳରେ ମୁମ୍ବାଇ-କୋଲକାତା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ମଟର ଅଟକି ରହିଛି।

ବର୍ଷା ହେଲେ ଏହି ଜାତୀୟ ରାଜପଥର ଅବସ୍ଥା ବେହେଲା ହୋଇପଡୁଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲମାନଙ୍କରେ ପାଣି ଜମି ରହିବାରୁ ଲୋକେ ଗାଡ଼ି ଚଲାଇବାକୁ ଭୟ କରୁଛନ୍ତି। ସେହିପରି ଶୁଖିଲା ପାଗ ହେଲେ ଜାତୀୟ ରାଜପଥରୁ ଏତେ ପରିମାଣର ଧୂଳି ଉଡୁଛି ଯେ ଦିନବେଳା ମଧ୍ୟ କୁହୁଡିର ଭ୍ରମ ସୃଷ୍ଟି ହେଉଛି। ଏହାଦ୍ୱାରା ମଧ୍ୟ ଏକାଧିକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଧୂଳି ଉଡିବା ଯୋଗୁ ରାସ୍ତା କଡରେ ଥିବା ଘର ଦ୍ୱାର ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି।

ଏ ସମ୍ପର୍କରେ ଜିଲ୍ଲାବାସୀ ବାରମ୍ୱାର ଜିଲା ପ୍ରଶାସନ ନିକଟରେ ଦାବି କରିବା ସହ ଏନ‌ଏଚ‌ଏ.ଆଇ.କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସେମାନେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏଥିରେ ଅତିଷ୍ଠ ହୋଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଜାତୀୟ ରାଜପଥର ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ନ ହେଲେ ପୁଣିଥରେ ଆନ୍ଦୋଳନ ହେବ ବୋଲି ବିଜେପି ବିଧାୟକ ଚେତାବନୀ ଦେଇଛନ୍ତି।
https://youtu.be/wy82NYidM9I

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like