ଚା’ ପିଇବାକୁ ଯାଇଥିଲେ, ଚୋର ମାରିଲା ଚମ୍ପଟ

ସୋନପୁର: ପୋଲିସ ହେପାଜତରୁ ଫେରାର୍ ହୋଇଯାଇଛି ଚୋର। ଚୋରକୁ ଧରି ଫେରିବା ବାଟରେ ପୁଲିସ ବାବୁଙ୍କୁ ଥକ୍କା ଲାଗିଲା।  ଚୋରକୁ ଗାଡ଼ିରେ ବସାଇ ଯାଇଥିଲେ ଚା ପିଇବାକୁ। ଚା ପିଇ ସାରିବା ବେଳକୁ ଚୋର ଛୁ…।

ଘଟଣା ଘଟିଛି ଦେଓଗାଁ ଥାନା ଅଞ୍ଚଳରେ। ଆଜି ବିଦ୍ୟୁତ ତାର ଚୋରି ଅଭିଯୋଗରେ ଦେଓଗାଁ ପୁଲିସ ସମ୍ବଲପୁର ଗଣ୍ଡେରପୁର ଗାଁରୁ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ଯୁବକଙ୍କ ନାଁ ଗୁଲେଠୁ ଭରାଗାଗର।

ଅଭିଯୁକ୍ତ ଗୁଲେଠୁଙ୍କୁ ଧରି ଫେରିବା ବାଟରେ ଦେଓଗାଁ ଥାନା ଆଇଆଇସି ଓ ତାଙ୍କ ସହ ଥିବା ୨ ଜଣ କନ୍‌ଷ୍ଟେବଲ୍‌ ସୋନପୁରରେ ଅଟକି ଥିଲେ। ଗାଡ଼ିରେ ଅଭିଯୁକ୍ତଙ୍କୁ ବସାଇ ନିକଟସ୍ଥ ଦୋକାନକୁ ଚା ପିଇବାକୁ ଯାଇଥିଲେ। ଏପଟେ କେହି ନ ଥିବା ସୁଯୋଗରେ ଗୁଲେଠୁ ଗାଡ଼ିରୁ ଡେଇଁ  ଚମ୍ପଟ ମାରିଥିଲା।

ଚା’ ପିଇ ଯେତେବେଳେ ପୁଲିସ ଟିମ୍‌ ଗାଡ଼ି ପାଖକୁ ଫେରିଲା, ଦେଖିଲା ଅଭିଯୁକ୍ତ ନାହିଁ। ତାକୁ ଧରିବା ପାଇଁ ଏବେ ତନାଘନା ଚାଲିଛି।

 

ଆହୁରି ପଢ଼ନ୍ତୁ

ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ୩ ମୃତଦେହ ଉଦ୍ଧାର

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ୍‌ କରିବା ଶୋଭନୀୟ ନୁହେଁ : ଦେବାଶିଷ ନାୟକ

ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ : ମାନିଲେ ମନ୍ତ୍ରୀ

You might also like