ସ୍ନାନଯାତ୍ରାର ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଭକ୍ତଙ୍କ ଦର୍ଶନ ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଥିବାରୁ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଆଜି ଏହାର ଶୁଣାଣି କରିଛନ୍ତି ହାଇକୋର୍ଟ। ଏ ପ୍ରସଙ୍ଗରେ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ। କୋଭିଡ କଟକଣା ଭିତ୍ତିରେ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି।

କୋଭିଡ୍ ପରିସ୍ଥିତିକୁ ଦେଖି ଏଥର ଭକ୍ତଙ୍କ ଅନୁପସ୍ଥିତିରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବଡ଼ଦାଣ୍ଡକୁ ଯେପରି ଭକ୍ତ ଆସିବେନି ସେଥିପାଇଁ ବ୍ୟାରିକେଡ୍ ମଧ୍ୟ ତିଆରି କରାଯାଇଛି।

ନିଷ୍ପତ୍ତି ମୁତାବକ ୫ ତାରିଖର ରାତି ୧୦ଟାରୁ ୬ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେବ। ଶ୍ରୀମନ୍ଦିର ଚାରିପଟ ଅଞ୍ଚଳ ସହ ବଡ଼ଦାଣ୍ଡରେ ଲାଗୁ ହେବ ବି ୧୪୪ ଧାରା ଲାଗୁହେବ।

ମାର୍କେଟ ଛକରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକରୁ ଲବଣୀଖିଆ ଛକ ଭାୟା ମରିଚିକୋଟ ଲେନ୍, ବାଲିସାହି ରାସ୍ତାରୁ ଖୁଣ୍ଟିଆସାହି ଛକ ଭାୟା ବାଲିସାହି ରାସ୍ତା କଦମ୍ବଗଡ଼ ଛକରୁ ହରଚଣ୍ଡି ସାହିର ମାଛହାଟ ଛକ ଲୋକନାଥ ରୋଡ୍ ବୃଷଭ ଛକରୁ  ମଙ୍ଗଳାହାଟ ମଲ୍ଲିକା ଛକ ଯାଏ ୧୪୪ ଧାରା ଜାରି କରାଯିବ।

ଏହି ସବୁ ଅଞ୍ଚଳକୁ ଆସିବାକୁ ସାଧାରଣ ଲୋକଙ୍କୁ ବାରଣ ରହିବ। କେବଳ ଅନୁମତି ମିଳିଥିବା ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍‌କୁ ଏନେଇ ଅନୁମତି ମିଳିବ।

ଅନ୍ୟପଟେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଲାଗି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷାରେ ୩୮ ପ୍ଲାଟୁନ ଫୋର୍ସ ମୁତୟନ ହେବାକୁ ଥିବା ବେଳେ ୨ କମାଣ୍ଡାଣ୍ଟ, ୬ ଏଏସ୍‌ପି, ୧୬ ଡିଏସ୍‌ପି, ୪୪ ଇନିସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ୧୪୪ ଧାରାକୁ କଡ଼ାକଡ଼ି ପାଳନ ପାଇଁ ପୋଲିସ ମୁଖ୍ୟତଃ ଦୃଷ୍ଟି ଦିଆଯିବ।

ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଥିବା ସତ୍ତ୍ୱେ ୨୦ଟି କ୍ୟାମେରାରେ ଭିଡିଓଗ୍ରାଫି କରାଯିବ। ସାମାଜିକ ଦୂରତାକୁ ମୁଖ୍ୟ ଗୁରୁତ୍ୱ ଦିଆଯିବ। ପୋଲିସ କର୍ମଚାରୀମାନେ ୨୪ ଘଣ୍ଟା ଡ୍ୟୁଟିରେ ରହିବେ। ନିରବଛିନ୍ନ ଡ୍ୟୁଟି ଥିବାରୁ ୪ଟି ସିଫ୍ଟରେ ବିଭକ୍ତ କରାଯାଇଛି। ଗହଳି ରୋକିବାକୁ ମୁଖ୍ୟତ ଧ୍ୟାନ ଦିଆଯିବ ବୋଲି  ଡିଆଇଜି ଆଶିଷ ସିଂହ କହିଛନ୍ତି।

You might also like