ଆଜି ବି ଟ୍ୱିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ଗତକାଲି ଭଳି ଆଜି ବି ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଗତକାଲି ଭୁବନେଶ୍ୱରରେ କୁହୁଡ଼ି ଏତେ ମାତ୍ରାରେ ଆଚ୍ଛାଦିତ କରି ରଖିଥିଲା ଯେ ପ୍ରାୟ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ଅସମ୍ଭବ ଥିଲା। ଆଜି ବି ଠିକ୍‌ ସେହି ସମାନ ପରିସ୍ଥିତି।

ପ୍ରବଳ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଲାଇଟ୍‌ ଲଗାଇ ଗାଡ଼ି ଗୁଡ଼ିକ ଚଳାଚଳ କରୁଥିବା ଦେଖିବାକୁ ମିଳିଛି।

ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ କିଛି ଦେଖାଯାଉନଥିବାରୁ ଗତକାଲି କିଛି ସ୍ଥାନରେ ଦୁର୍ଘଟଣା ଘଟିଥିବା ମଧ୍ୟ ସୂଚନା ମିଳିଥିଲା।

ଶୀତର ଲହରୀ ସାଙ୍ଗକୁ କୁହୁଡି ଫଳରେ ଲୋକମାନେ ବାହାରକୁ ବାହାରି ପାରୁ ନାହାନ୍ତି। ତେବେ ଗତକାଲି ମଧ୍ୟ କୁହୁଡ଼ି ହୋଇପାରେ ବୋଲି ଜଣାପଡ଼ିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଘନ କୁହୁଡ଼ି ଆସ୍ତରଣରେ କଟକ ଓ ଭୁବନେଶ୍ୱର

You might also like