ସାରା ରାଜ୍ୟରେ ଘନ କୁହୁଡ଼ି

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଦୃଶ୍ୟମାନ ଦୂରତା ୨୦ ମିଟର ତଳକୁ ଖସି ଆସିବାରୁ ୧୫ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସେହିପରି ପୁରୀ ରାସ୍ତାରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ହୋଇଛି। ଏହାଛଡ଼ା ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

You might also like