ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ଆସ୍ତରଣ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଲା କୁହୁଡ଼ି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ରାଉରକେଲା, ଭୁବନେଶ୍ୱରରେ କୁହୁଡ଼ି ଆସ୍ତରଣ ରହିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଖାଲି ଓଡ଼ିଶା ନୁହେଁ ପଞ୍ଜାବ, ଉତ୍ତର ରାଜସ୍ଥାନ, ବିହାରରେ ବି ଆଜି ଘନ କୁହୁଡ଼ି ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

You might also like