• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ମାଡ଼ି ଆସୁଛି ଘନ କୁହୁଡ଼ି। ସତର୍କ କରାଇଲା ପାଣିପାଗ ବିଭାଗ। ରାଜ୍ୟର ଅନେକ ଜିଲ୍ଲାରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ଏଭଳି ସ୍ଥିତି ଦେଖାଯିବ। ଆଜି ରାତିରୁ କାଲି ସକାଳ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଖୋର୍ଦ୍ଧା, ନୟାଗଡ଼, ପୁରୀ, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାରେ। ସେହିପରି ୨୫ ରାତିରୁ ୨୬ ସକାଳ ପର୍ଯ୍ୟନ୍ତ ମଧ୍ୟ ୯ଟି ଜିଲ୍ଲାକୁ ଘନ କୁହୁଡ଼ି ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲା।

ଏହି ଜିଲ୍ଲାମାନଙ୍କରେ ଘନ କୁହୁଡ଼ିର ସମ୍ଭାବନା ଥିବାରୁ ପୋଲିସ ଓ ପରିବହନ ବିଭାଗ ସତର୍କ ରହିବାକୁ SRC ପରାମର୍ଶ ଦେଇଛି। ସଂପୃକ୍ତ ଜିଲ୍ଲାମାନଙ୍କରେ ଆବଶ୍ୟକ ପଦକ୍ଷେପ ନେବାକୁ SRC ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି।  କିଛି ଦିନ ଧରି କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। କୁହୁଡ଼ି ଯୋଗୁ ରାସ୍ତା ଦେଖାଯାଉ ନ ଥିଲା। ଫଳରେ ଗାଡ଼ି ଚାଳକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ବିଶେଷକରି ଭୁବନେଶ୍ୱର, କଟକରେ ଆଜି ସକାଳୁ କୁହୁଡ଼ିର ବଳୟ ଦେଖିବାକୁ ମିଳିଥିଲା। କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, କିଛି ବାଟ ଯାଏଁ ହିଁ ରାସ୍ତାରେ ଦେଖିବା ସମ୍ବବପର ହେଉନ ଥିଲା। ଜାତୀୟ ରାଜପଥରେ ବିଶେଷ ଭାବେ ଗାଡ଼ି ଚଳାଚଳରେ ବାଧା ଉପୁୁଜିଛି। ଖାଲି ଟ୍ୱିନ୍ ସିଟି ନୁହେଁ ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ବି ସମାନ ଭାବେ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଥିଲା।

ଗତ କିଛି ଦିନ ଧରି ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖାଦେଇଛି। କୁହୁଡ଼ି ପାଇଁ ଆଖିକୁ କିଛି ଦେଖାଯାଉନଥିବାରୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଛି। ଗତ ୨୦ ତାରିଖରେ ପଶ୍ଚିମବଙ୍ଗରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୧୩ ଜଣଙ୍କର ଜୀବନ ଯାଇଛି। କୁହୁଡ଼ି କାରଣରୁ ଭିଜିବିଲିଟି କମିଯିବାରୁ ମଙ୍ଗଳବାର ରାତିରେ ଜଲପାଇଗୁଡ଼ି ଜିଲ୍ଲା ଧୁପଗିଡ଼ିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ଜଲପାଇଗୁଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ୬ ଜଣ ମହିଳା, ଏବଂ ୪ ଜଣ ଛୋଟ ପିଲା ଥିଲେ।

Dense-fog-alert-for-odisha-in-next-48-hours-yellow-warning-for-several-districts
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories