ଘନ କୁହୁଡ଼ି ଆସ୍ତରଣରେ କଟକ ଓ ଭୁବନେଶ୍ୱର

ଭୁବନେଶ୍ୱର/କଟକ: ଘନ କୁହୁଡ଼ି ଆସ୍ତରଣରେ ଟ୍ୱିନ୍‌ସିଟି। ଆଜି ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଛି। ଏଥିସହ ଉପକୂଳ ଅଞ୍ଚଳରେ ମଧ୍ୟ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ଅସମ୍ଭବ ହେଉଛି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଲାଇଟ୍‌ ଲଗାଇ ଗାଡ଼ି ଗୁଡ଼ିକ ଚଳାଚଳ କରୁଥିବା ଦେଖିବାକୁ ମିଳିଛି।

ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ କିଛି ଦେଖାଯାଉନଥିବାରୁ କିଛି ସ୍ଥାନରେ ଦୁର୍ଘଟଣା ଘଟିଥିବା ମଧ୍ୟ ସୂଚନା ମିଳିଛି।

ଶୀତର ଲହରୀ ସାଙ୍ଗକୁ କୁହୁଡି ଫଳରେ ଲୋକମାନେ ବାହାରକୁ ବାହାରି ପାରୁ ନାହାନ୍ତି। ଘନ କୁହୁଡି ଯୋଗୁ ଯାତାୟାତ ଓ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଆଜି ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଏହି କୁହୁଡ଼ିର ପ୍ରଭାବ ରହିବ ବୋଲି ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏମିତି କୁହୁଡ଼ି ପଡ଼ିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ତେବେ ଆଜିଠୁ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ। ଫଳରେ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

You might also like