ମିଳିଲାନି ମହାପ୍ରୟାଣ ଗାଡ଼ି; ସ୍ତ୍ରୀର ମୃତଦେହକୁ ଭାରରେ ବୋହିଲେ ସ୍ୱାମୀ

ଭବାନୀପାଟଣା: ପୁଣି ଭାରରେ ବୁହା ହେଲା ମୃତଦେହ। ମହାପ୍ରୟାଣ ଗାଡ଼ି ନ ଥିବାରୁ ଭାରରେ ପତ୍ନୀଙ୍କ ମୃତଦେହକୁ ତାଙ୍କ ସ୍ୱାମୀ ଓ ପରିବାର ଲୋକେ ବୋହିଛନ୍ତି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ହେଲେ ବାଲିଛ଼ଡ଼ା ଗାଁର ନିଗିଡି ମାଝୀ।

ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଳାହାଣ୍ଡି ସିଡିଏମ୍ଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ନିଗିଡିଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ କଣିଗୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହକୁ ପରିବାର ଲୋକଙ୍କୁ ନେଇଯିବାକୁ କହିଥିଲେ। ହେଲେ ମହାପ୍ରୟାଣ ଗାଡ଼ିର କୌଣସି ବ୍ୟବସ୍ଥା କରି ନ ଥିଲେ। ଶେଷରେ ପରିବାର ଲୋକେ ନିରୁପାୟ ହୋଇ ମୃତଦେହକୁ ପ୍ରାୟ ୫ କିଲୋମିଟର ଭାରରେ ବୋହି ନେଇଥିଲେ।

You might also like