ଅାମ୍ବୁଲାନସ ନ ଅାସିବାରୁ କାନ୍ଧରେ ବୁହା ହେଲେ ମହିଳା

ରାୟଗଡ଼ା: ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କେମିତି ରସାତଳକୁ ଗଲାଣି ତାହାର ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି।  ଆମ୍ବୁଲାନସ ନ ଆସିବାରୁ  ଜଣେ ମହିଳା ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ୬ କିଲୋମିଟର କାନ୍ଧରେ ବୋହି ହେଲେ ମହିଳା। ଏଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ନାଣ୍ଡାବଳି ଗାଁରୁ।

ଅଭିଯୋଗ ଅନୁସାରେ ଗତରାତିରେ ଗାଁର ପୁକୁଲି ପ୍ରସ୍କାଙ୍କ ଦେହ ଖରାପ ହୋଇଥିଲା। ୧୦୮ ଆମ୍ବୁଲାନସକୁ ଫୋନ କରିବା ପରେ ଆମ୍ବୁଲାନ୍ସ ଆସିବାକୁ ମନା କରିଥିଲେ। ପରେ ମହିଳାଙ୍କୁ ପରିବାର ଲୋକେ କାନ୍ଧରେ ବୋହି ନେଇଥିଲେ।

ନାଣ୍ଡାବଳିରୁ ମୁର୍ଖାକାନା ପର୍ଯ୍ୟନ୍ତ କାନ୍ଧରେ ବୋହି ନେବା ପରେ ସେଠାରୁ ଏକ ଅଟୋରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।

You might also like