କଟକ SCBରେ ଡେଙ୍ଗୁ ରୋଗୀ ମୃତ

କଟକ: କଟକ SCBରେ ଡେଙ୍ଗୁ ରୋଗୀ ମୃତ। କଟକ ବଡ଼ ମେଡିକାଲରେ ଜଣେ ବିଚାରାଧୀନ ବନ୍ଦୀଙ୍କର ଡେଙ୍ଗୁ ରୋଗରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଚାନ୍ଦଗିରି ଗାଁର ରବୀନ୍ଦ୍ର ନାୟକ। ସେ ରାୟଗଡା ଜେଲରୁ ଅାସିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମେଡ଼ିକାଲରେ ଅାଜି ତାଙ୍କର ମୃତ୍ୟୁ ହୋଇଛି। ଗତ ଜୁନ ୨୬ ତାରିଖରେ ଏକ ହତ୍ୟା ଅଭିଯୋଗରେ ରାୟଗଡ଼ା ସବ୍‌ଜେଲରେ ଥିଲେ।

ହେଲେ ଗତ ୩ ତାରିଖରେ ତାଙ୍କୁ ଜ୍ୱର ହେବାରୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁରରେ ଡେଙ୍ଗୁ ପଜିଟିଭ୍‌ ବାହାରିବା ପରେ ୮ ତାରିଖରେ SCB ଅାସିଥିଲେ ରବୀନ୍ଦ୍ର।

ହେଲେ ଅାଜି ଭୋର ୩ ଟା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ବୋଲି ଜଣା ପଡିଛି।

You might also like