ବଢ଼ୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ ରିପୋର୍ଟମୁତାବକ ଜିଲ୍ଲାରେ ୧୨୮ ଜଣ ବ୍ୟକ୍ତି ଡେଙ୍ଗୁରୋଗରେ ଆକ୍ରାନ୍ତ ଅଛନ୍ତି। ଏଥି ମଧ୍ୟରେ ଭାପୁର ବ୍ଲକ୍‌ ମାଣିତ୍ରୀ ଗାଁରୁ ସର୍ବାଧିକ ୪୫ ଜଣ ରୋଗୀ ଓ ନୟାଗଡ଼ ବ୍ଲକ୍‌ ବିରୁଡ଼ା ଗାଁରୁ ୧୦ ଜଣ ରୋଗୀ ଚିହ୍ନଟ କରାଯାଇଛି।

ଜିଲ୍ଲା ପ୍ରାଶସନ ପକ୍ଷରୁ ଡେଙ୍ଗୁ ଜ୍ୱର ବ୍ୟାପିଥିବା ଅଞ୍ଚଳକୁ ଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଖୋଦ ଜିଲ୍ଲାପାଳ ଗାଁକୁ ପରିଦର୍ଶନ କରିବା ସହ ଲୋକଙ୍କୁ ପରିଛନ୍ନତା ସହ ସ୍ୱଚ୍ଚ ପରିବେଶ ରଖିବା ଲାଗି ସଚେତନ କରୁଥିବା ଦେଖାଦେଇଛି।

ଅନ୍ୟପଟେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ୱାର୍ଡରେ ରୋଗୀଙ୍କ ଲାଗି ଭଲ ସୁବିଧା ନଥିବା ଅଭିଯୋଗ ହୋଇଛି। ତେବେ ଖୁବ୍‌ ଶୀଗ୍ର ଆଉ ଗୋଟିଏ ଡେଙ୍ଗୁ ୱାର୍ଡ ଖୋଲିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି।

You might also like