କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ଡେଙ୍ଗୁ ଆତଙ୍କ

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ୧୫ ଦିନ ମଧ୍ୟରେ ଆଲମଣ୍ଡା ଗ୍ରାମର ୧୦ରୁ ଅଧିକ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ପିଲାଙ୍କଠୁ ଆରମ୍ଭ କରି ବୁଢ଼ାବୁଢ଼ୀ ଅନେକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ଗାଁରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ପରୀକ୍ଷା ପାଇଁ କୌଣସି ସୁବିଧା ନଥିବାରୁ ଓଡ଼ିଶା ଆନ୍ଧ୍ର ସୀମାବର୍ତ୍ତୀ ପାର୍ବତୀପୁରମ୍‌କୁ ଗାଁ ଲୋକେ ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। ଡେଙ୍ଗୁ ରୋଗକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଯାଏଁ କୌଣସି ଡାକ୍ତରୀ ଟିମ୍ ଆସିନଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ, ଆଲମଣ୍ଡା ଗ୍ରାମର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଡେଙ୍ଗୁ ରୋଗର ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି। ଜାଗା ଜାଗାରେ ଅଳିଆ ଆବର୍ଜନା ପଡ଼ି ରହିବା ସହ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ତେବେ ଡେଙ୍ଗୁ ରୋଗକୁ ନେଇ କୌଣସି ସୂଚନା ମିଳିନାହିଁ। ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବନ୍ଧୁ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର କହିଛନ୍ତି।

You might also like