ସୁନ୍ଦରଗଡ଼ ଜିଲ୍ଲାରେ କାୟା ବିସ୍ତାର କରୁଛି ଡେଙ୍ଗୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ି ଜିଲ୍ଲାରେ ଡେଙ୍ଗୁ କାୟା ବିସ୍ତାର କରୁଛି। ଡେଙ୍ଗୁ ସନ୍ଦେହରେ ୩୨୯ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିବାବେଳେ ୫୬ଟି ନମୂନା ଡେଙ୍ଗୁ ପଜିଟିଭ ଥିବା ଜଣାପଡିଛି।  ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣ କୁତ୍ରା ବ୍ଲକ୍ ଖତକୁରବାହାଲ ଅଞ୍ଚଳର ଓ ଅନ୍ୟ ଦୁଇ ଜଣ ସୁନ୍ଦରଗଡ଼ ଏବଂ ବୀରମିତ୍ରପୁର ଅଂଚଳର ବୋଲି ଜଣାପଡ଼ିଛି।

ଜିଲ୍ଲାର ଖତକୁରବାହାଲରୁ ହିଁ ଜିଲ୍ଲାର ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲା। ପ୍ରଥମେ ଆକ୍ରାନ୍ତ ହୋଇଥିବା ୨ ରୋଗୀ ବର୍ତ୍ତମାନ ସୁସ୍ଥ ହୋଇଥିବା ଜଣାପଡିଛି। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ଓ୍ୱାର୍ଡ କରାଯାଇ ଚିକିତ୍ସା କରାଯାଉଛି। ସ୍ଥିତି ସଂକଟାପନ୍ନ ଥିବାରୁ ଖତକୁରବାହାଲ ଗାଁକୁ ଯାଇ ସଫେଇ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି।  ସଚେତନତା ଅଭାବରୁ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ଥିବାରୁ ଲୋକଙ୍କୁ ସଫାସୁତରା ରହିବାକୁ ସଚେତନ କରାଯାଉଛି। ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି।

 

You might also like