କଳାହାଣ୍ଡିରେ ବ୍ୟାପୁଛି ଡେଙ୍ଗୁ

ପଜିଟିଭ ଭୁତାଣୁ ଚିହ୍ନଟ

କଳାହାଣ୍ଡି :କଳାହାଣ୍ଡି କୋକସରା ବ୍ଲକ୍‌ରେ ଡେଙ୍ଗୁ ଅାତଙ୍କ। କୋକସରା ବ୍ଲକ୍‌ର ଲଡୁଗାଁ ଅଞ୍ଚଳରେ ୬ ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ୍ ଭୁତାଣୁ ଚିହ୍ନଟ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପଜିଟିଭ୍ ଚିହ୍ନଟ ଲୋକଙ୍କ ମଧ୍ୟରୁ ୫ ଜଣ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଜଣେ ଭବାନୀପାଟଣା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ଗାଁରେ ଡେଙ୍ଗୁ ବ୍ୟାପୁଥିବା ଖବର ପରେ ଏକ ମେଡିକାଲ ଟିମ୍ ଲଡୁଗାଁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲକ୍ଷଣ ପ୍ରକାଶ ପାଇଥିବା ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରୁଛି। ସେପଟେ ଡେଙ୍ଗୁ ମୁକାବିଲା ପାଇଁ ଗାଁରେ ପ୍ରତିଷେଧକ ବ୍ୟବସ୍ଥା କରାଯାଉଥିବା ଏବଂ ତ୍ୱରିତ ପଦକ୍ଷେପ ନିଅାଯାଇଥିବାରୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

You might also like