ଡେଙ୍ଗୁ ଅାତଙ୍କ
କଟକ : କଟକ ଜିଲ୍ଲା ଚୌଦ୍ୱାର ମଙ୍ଗରାଜପୁର ପଞ୍ଚାୟତରେ ଡେଙ୍ଗୁ ଅାତଙ୍କ। ଗାଁରେ ପ୍ରାୟ ୨୦ ଜଣଙ୍କୁ ଜ୍ୱର ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ୩ ଜଣଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି। ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ବର୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ମଇଳା ପାଣି ଜମି ମଶା ସେମାନଙ୍କ ବଂଶ ବିସ୍ତାର କରୁଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସେପଟେ ମଙ୍ଗରାଜପୁରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।