• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ପୁରୀ : ପୁରୀରେ ପ୍ରଶାସନ ପକ୍ଷରୁ ଚାଲିଥିବା ମଠ ମନ୍ଦିର ଉଚ୍ଛେଦ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବିଭିନ୍ନ ମଠ ମହନ୍ତଙ୍କ ଖୋଲା ଚିଠି। ସାମ୍ପ୍ରତିକ ପୁରୀ ଘଟଣାକୁ ନେଇ ପ୍ରଧାନ ବିଚାରପତିଙ୍କୁ ଏଭଳି ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମଠ ମହନ୍ତ।

ଚିଠିରେ ଉଲ୍ଲେଖ ରହିଛି, ଶ୍ରୀମନ୍ଦିରରୁ ୭୫ ମିଟର ଯାଏ ଉଚ୍ଛେଦ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହି ୭୫ ମିଟର ପରିଧି ମଧ୍ୟରେ ପୁରାତନ ୧୮ଟି ମଠ ରହିଛି। ତେବେ ପୁରାତନ ମଠର ସୁରକ୍ଷା ପରିବର୍ତ୍ତେ ରାଜ୍ୟ ସରକାର ଏହାକୁ ଧ୍ୱଂସ କରୁଛନ୍ତି।

ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଏଜି ମିଛ କଥା କହିଛନ୍ତି। ଉଚ୍ଛେଦ ନେଇ ମଠ ମହନ୍ତଙ୍କ ସହମତି ଥିବା ନେଇ ଏଜି ମିଛ କହିଥିବା ମହନ୍ତମାନେ ଚିଠିରେ ଜଣାଇଛନ୍ତି। ଏହାସହ ପ୍ରଧାନ ବିଚାରପତିଙ୍କୁ ଏ ମାମଲାରେ ସବିଶେଷ ଅବଗତ କରାଯାଇନଥିବା ମଧ୍ୟ ଉଲ୍ଲେଖ ରହିଛି। ଏବେ ଜିଲ୍ଲା ପ୍ରଶାସନ ଉଚ୍ଛେଦ ପାଇଁ ମହନ୍ତମାନଙ୍କ ଉପରେ ଚାପ ପକାଉଛି। ତେଣୁ ସୁପ୍ରିମକୋର୍ଟ ଆମିକସ କ୍ୟୁରି ଓ ଏସ୍‌ଜିଙ୍କୁ ପୁରୀ ଆସିବାକୁ ମହନ୍ତମାନେ ନିବେଦନ କରିଛନ୍ତି।

ଐତିହ୍ୟ ନିର୍ମାଣକୁ ସୁରକ୍ଷା ବଦଳରେ ଅନୈତିକ ଉଚ୍ଛେଦ ଉପରେ ରହିତାଦେଶ ପାଇଁ ଆବେଦନ କରାଯାଇଛି। ସୁପ୍ରିମକୋର୍ଟ ଏ ମାମଲାର ବିସ୍ତୃତ ଭାବେ ଅନୁଧ୍ୟାନ କରି ଶୁଣାଣି କରିବା ସହ ଏହା ଉପରେ ରହିତାଦେଶ ଦେବାକୁ ପ୍ରଧାନବିଚାରତିଙ୍କୁ ନିବେଦନ କରିଛନ୍ତି।

Demolition-in-puri-chiefs-of-puri-mutts-write-to-cji-for-stay-order
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories