ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ: କିଛି ଦିନ ବନ୍ଦ ରହିବା ପରେ ଆଜିଠାରୁ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ପାଚେରୀ ପାଖ ଅଞ୍ଚଳରେ ଉଚ୍ଛେଦ ହେବ ନାହିଁ। ପୁରୀ ପୌରପାଳିକାର ପୁରୁଣା ମାର୍କେଟ କଂପ୍ଲେକ୍ସ ଉଚ୍ଛେଦ କରାଯାଉଛି। ମାର୍କେଟ ଛକରେ ଥିବା ଶହେ ବର୍ଷର ପୁରୁଣା କଂପ୍ଲେକ୍ସକୁ ଭଙ୍ଗାଯିବା ଆରମ୍ଭ ହୋଇଛି।

ମୋଚିସାହି ମହୋଦଧି ମାର୍କେଟ କଂପ୍ଲେକ୍ସ ଭାଙ୍ଗିବା ଲାଗି ସେପ୍ଟେମ୍ବର ୨୪ରେ ୨୩୦ ଦୋକାନୀଙ୍କୁ ନୋଟିସ ଦିଆଯିବା ସହ ଅକ୍ଟୋବର ୧୪ ସୁଦ୍ଧା ଦୋକାନ କାଲି କରିବାକୁ କୁହାଯାଇଥିଲା। ପର୍ଯ୍ୟଟନ ଋତୁରେ ଏଭଳି ପଦକ୍ଷେପକୁ ଦୋକାନୀମାନେ ନିନ୍ଦା କରିଛନ୍ତି।

You might also like