ସେପ୍ଟେମ୍ବର ୧ରୁ ଓଡ଼ିଶାର ସମସ୍ତ ମନ୍ଦିର ଖୋଲିବାକୁ ଦାବି

ଭୁବନେଶ୍ୱର: କରୋନା କଟକଣାକୁ ମାନି ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ପାଇଁ ଓଡିଶା ମନ୍ଦିର ସେବାୟତ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛି। ଏହା ସହିତ କରୋନା କଟକଣା ପାଇଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବାରୁ ମାସକୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ସେବାୟତମାନଙ୍କୁ ବାର୍ଦ୍ଧକ୍ୟ ସମୟରେ ଅବସରକାଳୀନ ଭତ୍ତା, ପରିଚୟ ପତ୍ର ପ୍ରଦାନ, ସେବାୟତ ମାନଙ୍କୁ ଜୀବନ ବୀମା ଓ ସ୍ୱାସ୍ଥ୍ୟ କାର୍ଡର ଅନ୍ତର୍ଭୁକ୍ତ କରିବା ଭଳି ୮ ଦଫା ଦାବି କରିଛି ସଂଘ।

ଶୁକ୍ରବାର ଦେବୋତ୍ତର ଆୟୁକ୍ତ ଓ ଆଇନ ମନ୍ତ୍ରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛି ସଂଘ। କରୋନା ପାଇଁ ମନ୍ଦିର ବନ୍ଦ ଥିବାରୁ ଶ୍ରଦ୍ଧାଳୁମାନେ ଆସୁ ନାହାନ୍ତି। ଫଳରେ ରାଜ୍ୟରେ ଥିବା ପ୍ରାୟ ୧୭ ହଜାରରୁ ଅଧିକ ମଠ ଓ ମନ୍ଦିରକୁ ଆଶ୍ରା କରି ବଞ୍ଚୁଥିବା ୧ ଲକ୍ଷରୁ ଅଧିକ ସେବାୟତ ଏବେ ବେରୋଜଗାର ଓ ଦୁର୍ଦ୍ଦିନରେ ଅଛନ୍ତି। ତେଣୁ କରୋନା କଟକଣାକୁ ମାନି ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ।

ଆହୁରି ପଢ଼ନ୍ତୁ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

You might also like