ରାଇରଙ୍ଗପୁର: ସାରନା ଧର୍ମକୁ ସରକାରୀ ମାନ୍ୟତା ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆଦିବାସୀ ସେଙ୍ଗେଲ ଅଭିଯାନ ଓ ଝାରଖଣ୍ଡ ଦିଶମ ପାର୍ଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଶୋଭାଯାତ୍ରା କରାଯାଇଛି।
ସାରନା ଧର୍ମକୁ ସରକାରୀ ମାନ୍ୟତା ସହିତ ସ୍ୱତନ୍ତ୍ର କୋଡ ପ୍ରଦାନ, ସାନ୍ତାଳୀ ଭାଷାକୁ ରାଜ୍ୟର ଦ୍ୱିତୀୟ ଭାଷାର ମାନ୍ୟତା ଆଦି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ତାଙ୍କ ଦାବି ପୂରଣ କଲେ ଆଗାମୀ ନିର୍ବାଚନରେ ବିଜେଡିକୁ ସମର୍ଥନ ଜଣାଇବେ ବୋଲି ଦିଶମ ପାର୍ଟି ରାଜ୍ୟ ସଂଯୋଜକ ନରେନ୍ଦ୍ର ହେମ୍ବ୍ରମ୍ କହିଛନ୍ତି।
https://youtu.be/8MlDGN8H8rE