କଟକ ବାଲିଯାତ୍ରାରେ ଶୁଖୁଆର ଚାହିଦା
କଟକ: ଶେଷ ହେବାକୁ ଆସିଲାଣି ଐତିହାସିକ କଟକ ବାଲିଯାତ୍ରା। ପ୍ରତ୍ୟେକ ଦିନ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ, ଚଳିତବର୍ଷ ଶୁଖୁଆ ବଜାରର ବେଶ୍ ଚାହିଦା ରହିଛି।
ଇଲିସି, ଖଇଙ୍ଗା, ଜଳକାଠାରୁ ଆରମ୍ଭ କରି କୋକିଲି, ଶାବଳା ରାସ୍ତା କଡ଼ରେ ୨୫ରୁ ୩୦ ପ୍ରକାରର ଶୁଖୁଆ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। କଟକ ବାଲିଯାତ୍ରାରେ ବିଭିନ୍ନ ପ୍ରକାରର ଜିନିଷ ବିକ୍ରି ହେବା ସହ ଶୁଖୁଆ ବଜାର ମଧ୍ୟ ବସିଥାଏ। ବାଲିଯାତ୍ରା ବୁଲା ସାଙ୍ଗକୁ ଗୋଟିଏ ଜାଗାରେ ବିଭିନ୍ନ ପ୍ରକାରର ଶୁଖୁଆ ବିକ୍ରି ହେଉଥିବାରୁ ଏହାକୁ କିଣିବା ପାଇଁ ଗ୍ରାହକଙ୍କ ଭିଡ ଜମିଥାଏ।
ଚଳିତ ବର୍ଷ ଶୁଖୁଆର ଦାମ୍ ୪୦ ଟଙ୍କାରୁ ଆରମ୍ଭ କରି ୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଭଲ ବ୍ୟବସାୟକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ୧୦ହଜାରରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୁଖୁଆ ଆଣିଛନ୍ତି। ପ୍ରତିବର୍ଷ ବାଲିଯାତ୍ରା ଶେଷ ଆଡ଼କୁ ଶୁଖୁଆ ବ୍ୟବସାୟ ଭଲ ଜମିଥାଏ।