ଜୋର ଧରୁଛି ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃ ସ୍ଥାପନ ଦାବି

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃ ସ୍ଥାପନ ଦାବି ନେଇ ଆନ୍ଦୋଳନ ଜୋର ଧରିଛି। ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଥିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ, ବ୍ୟାଙ୍କ୍‌ ଏବଂ ସ୍କୁଲ୍‌ କଲେଜକୁ ବନ୍ଦ କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘ ଆହ୍ୱାନ ଦେଇଛି।

ସକାଳ ୯ ଟାରୁ ପିକେଟିଂ କରି ଖୋଲା ଥିବା ଅଫିସ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବଲାଙ୍ଗିର ଜିଲ୍ଲାର ପ୍ରାୟ ୩୦୦ଟି ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଗତ ୩ ତାରିଖରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ, ତହସିଲ ଏବଂ କୋର୍ଟକୁ ବନ୍ଦ କରି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଳା ଓକିଲ ସଂଘ ଆନ୍ଦୋଳନ ଚଳାଇଛି।

ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣାରେ ପ୍ରତିଦିନ ଶତାଧିକ ସଂଗଠନ ଶୋଭାଯାତ୍ରାରେ ଆସି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ସରକାର ଶୀଘ୍ର ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃ ସ୍ଥାପନ ପାଇଁ ପଦକ୍ଷେପ ନନେଲେ, ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଧମକ ଦେଇଛି।

You might also like