ହାଜର ପାଇଁ ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ୍
ଭୁବନେଶ୍ୱର: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ସାଂସଦ ଅନୁଭବ ମହାନ୍ତି ଦାୟର କରିଥିବା ଛାଡ଼ପତ୍ର ମାମଲା କୁ ନେଇ କୋର୍ଟ ବର୍ଷାଙ୍କୁ ନୋଟିସ୍ ଜାରି କରିଛନ୍ତି। ଡିସେମ୍ବର ୧୦ରେ ହାଜର ହେବାକୁ ଏହି ନୋଟିସ୍ ଜାରି ହୋଇଛି।
ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଦାୟର କରିଥିବା ମାମଲାକୁ ଗ୍ରହଣ କରି କୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି। ଡିସେମ୍ବର ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି।
ସୂଚନାଥାଉ କି, ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।