୩୧ରେ ଓଡ଼ିଶା ଆସିବେ ଅରବିନ୍ଦ କେଜ୍ରିୱାଲ୍‌

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆସନ୍ତା ୩୧ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ଲୋୟର ପିମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ କେଜ୍ରିୱାଲ୍‌ ଯୋଗ ଦେବେ। ଏନେଇ ଆମ୍‌ ଆଦମୀ ପାର୍ଟି (AAP)ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଏଥିସହ ସେହିଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ବୁଦ୍ଧିଜୀବୀ ଓ ଦଳୀୟ କର୍ମୀଙ୍କୁ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

କେଜ୍ରିୱାଲ୍‌ଙ୍କ ସହ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି।  ଓଡ଼ିଶାରେ ସାମାଜିକ ନ୍ୟାୟ ଅଭିଯାନକୁ ମଜବୁତ କରିବା ସହ ଏକ ବିକଳ୍ପ ରାଜନୀତି ଲାଗି ଆପ୍‌ର ରାଷ୍ଟ୍ରୀୟ ନେତୃତ୍ୱ ଅନ୍ୟାନ୍ୟ ସମଭାବାପନ୍ନ ଦଳ ସହିତ ଆଲାଚନା କରିବେ।

You might also like