ହରିଣ ଛାଲ, ଶିଙ୍ଗ ଓ ବନ୍ଧୁକ ଜବତ: ୨ ଶିକାରୀ ଗିରଫ

ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ଅଭୟାରଣ୍ୟର ଭାଲିଆପୋଷି ଗାଁରୁ ଏକ ହରିଣ ଛାଲ, ଶିଙ୍ଗ ଓ ୩ଟି ବନ୍ଧୁକ ବନ ବିଭାଗ ଜବତ କରିଛି। ଏଥିସହ ୨ ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଏହି ୨ ଶିକାରୀ କିଛି ଦିନ ହେବ ମୟୂରଭଞ୍ଜରୁ ଆସି ଅଭୟାରଣ୍ୟ ପାଖରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ତେବେ ଏମାନେ ଶିକାର କରୁଥିବା ଅଭିଯୋଗ ପାଇବା ଆଜି ସକାଳେ ବନ ବିଭାଗ ଚଢ଼ଉ କରିଥିଲା।

You might also like