କିଛି ସମୟର ଅପେକ୍ଷା, ବାତ୍ୟାର ରୂପ ନେବ ଅବପାତ!

ଭୁବନେଶ୍ୱର: ଆଉ କିଛି ସମୟ ପରେ ସାମୁଦ୍ରିକ ଝଡ଼ର ରୂପ ନେବ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଏହି ସମ୍ଭାବ୍ୟ ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ବଙ୍ଗୋପଗରରେ ସୃଷ୍ଟ ଲଘୁଚାପଟି ଅବପାତ ରୂପ ନେଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।

ଦିନ ସାଢ଼େ ୧୧ଟା ବେଳେ ଏହା ପାରାଦୀପ ଠାରୁ ୧ ହଜାର ୪୦ କିଲୋମିଟର ଦକ୍ଷିଣ, ଦୀଘାଠାରୁ ୧୨ ଶହ କିଲୋମିଟର ଦୂର ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦୂରରେ ରହିଥିଲା। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ଓ ଏହାର ୨୪ ଘଣ୍ଟା ପରେ ଅର୍ଥାତ ୧୮ ତାରିଖ ସକାଳେ ସିଭିଅର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତେବେ କାଲି ପର୍ଯ୍ୟନ୍ତ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପୁଣି ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ତେବେ ବାତ୍ୟା ୨୦ ତାରିଖରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି। ସେପଟେ ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍ ଫୋନି ଠାରୁ ସାନ ହେବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ରହିପାରେ। ହେଲେ ଆଉ ଟିକେ ପାଖକୁ ଆସିଲେ ପ୍ରକୃତ କେଉଁଠି ଛୁଇଁବ, କହିହେବ ବୋଲି କହିଛନ୍ତି ଆଇଏମଡି ଡିଜି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ଆକ୍ରାନ୍ତ

Corona Update In Odisha: ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ତଳେ

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ଟ୍ରେନ୍ ଇଞ୍ଜିନ୍ ଲାଇନଚ୍ୟୁତ

ବୃଦ୍ଧ ଦମ୍ପତିଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ବର୍ଷା ହେଲେ ବସ୍ତିରେ ଚିନ୍ତା, ବାରମ୍ବାର ପ୍ରତିଶ୍ରୁତି ପରେ ବି କରାଯାଉନି ଥଇଥାନ

ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା

ବଗଲା ଧର୍ମଶାଳା ଜମିକୁ ନେଇ ଗୋଟିକ ପରେ ଗୋଟିଏ ବିଭ୍ରାନ୍ତି

ମନ୍ତ୍ରୀଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତାପ ଜେନା

ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲା ଏନ୍‌ୟୁଜେ

ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ନଭେମ୍ବର ୫ରୁ +୨ ଅପ୍‌ସନାଲ ପରୀକ୍ଷା

You might also like