୫ ଦିନ ପ୍ରବଳ ବର୍ଷିବ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାରେ ଆଉ ଏକ ଲଘୁଚାପ। ୫ ଦିନ ପ୍ରବଳ ବର୍ଷିବ। ୧୧ ଜିଲ୍ଲାକୁ ଆଲର୍ଟ କଲା ପାଣିପାଗ ବିଭାଗ।

ଉତ୍ତର-ପଶ୍ଚିମ-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହୋଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ଧରି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ଜିଲ୍ଲାଗୁଡିକ ହେଲା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, କଳାହାଣ୍ଡି, ଅନୁଗୁଳ, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗିର, ବରଗଡ଼ ଓ ନୂଆପଡ଼ା। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

You might also like