ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

 ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହା ୱେଲ୍‌ମାର୍କ ଲୋ ପ୍ରେସରରେ ପରିଣତ ହେବ। ତେବେ ଏହାର ପ୍ରଭାବ ଓଡିଶା ଉପରେ ପଡିନପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ, ତେଣୁ ଓଡିଶାରେ ଚାଷୀ ଆତଙ୍କିତ ନହେବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ସେହିପରି ଆସନ୍ତା ୭ ଦିନ ମଧ୍ୟରେ ଶୀତର ପ୍ରଭାବ ମଧ୍ୟ ସାମାନ୍ୟ ରହିବ।

You might also like