• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ପୁରୀ: ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଉପକୂଳରେ କମିବାରେ ଲାଗିଛି ଅଲିଭ୍ ରିଡ୍‌ଲେ ଅଣ୍ଡା ଦାନ ସଂଖ୍ୟା। ପୁରୀ ଜିଲ୍ଲାର ସମୁଦ୍ର ଉପକୂଳରେ ଗତବର୍ଷ ଅପେକ୍ଷା ବହୁ କମ୍ ମାତ୍ରାରେ ଅଲିଭ୍ ରିଡ୍‌ଲେ ବାସ ଠାବ ହୋଇଛି।

ଯେଉଁଠି ଶହ ଶହ ସଂଖ୍ୟାରେ ବିରଳ ଅଲିଭ୍ ରିଡଲେ କଇଁଛଙ୍କ ବାସ ସ୍ଥାନ ଥିଲା ତାହା ଆଜି ଖାଲିପଡ଼ିଛି। ପୁରୀ ଜିଲ୍ଲା ଉପକୂଳରେ ଚଳିତ ବର୍ଷ ମାତ୍ର ୩୦ଟି କଇଁଛଙ୍କ ବସାରୁ ଅଣ୍ଡା ସଂଗୃହିତ ହୋଇଛି।
ଗତ ବର୍ଷ ଫେବ୍ରୁଆରୀ ୨୧ତାରିଖ ସୁଦ୍ଧା ୨୫୨ଟି ବସାରୁ ୧୬ ହଜାରରୁ ଅଧିକ ଅଣ୍ଡା ସଂଗ୍ରହ କରାଯାଇଥିଲା। ପ୍ରତିବର୍ଷ ଅସ୍ତରଙ୍ଗ ବନାଞ୍ଚଳ ଅଧିନରେ ଥିବା ଦେବୀ ନାସୀ, ଯାହାନିଆ ଓ ସେହିପରି କୋଣାର୍କ ବନାଞ୍ଚଳର କଅଁରପୁର ଓ ଚନ୍ଦ୍ରଭାଗା ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ଅଲିଭ୍ ରିଡ୍‌ଲେ ଅଣ୍ଡା ଦେଇଥାନ୍ତି। ତେବେ ଏତେ କମ୍ ମାତ୍ରାରେ ବସା ହୋଇଥିବା ଯୋଗୁ ଏବେ ଚିନ୍ତାରେ ବନ ବିଭାଗ ଓ ପରିବେଶବିତ।

ସେପଟେ  ଅଲିଭ୍ ରିଡ୍‌ଲେ ଅଣ୍ଡା ଦାନ ପ୍ରକ୍ରିୟା କମିବାକୁ ନେଇ ଅନୁଧ୍ୟାନ କରୁଛି ବନ ବିଭାଗ। ଦକ୍ଷିଣା ପବନର ପରିମାଣ ବଢ଼ିବା ସହ ଏହା ବୃଦ୍ଧି ପାଇବ ବୋଲି ଆଶା ରଖିଛି ବିଭାଗ। ସେହିପରି ବିଭିନ୍ନ ଅଞ୍ଚଳରେ ବୁଲି ଏନେଇ ସଚେତନତା ସୃଷ୍ଟି କରାଯାଉଛି। ସ୍ଥାନୀୟ ଲୋକଙ୍କୁ ଅଣ୍ଡାଦାନ ପ୍ରକିୟାରେ ସହଯୋଗ ପାଇଁ ଯୋଜନା କରିଛି ବନ ବିଭାଗ।

Decreasing-mass-nesting-of-olive-ridleys-in-odisha1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories