ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଠାବ କରାଯାଇଛି।ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଆଜି ସକାଳେ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ଭରତପୁର ପୋଲିସ୍‌ ଉଦ୍ଧାର କରିଛି। ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତକଙ୍କ ପରିଚୟ ମିଳିପାରିନାହିଁ। ମୃତଦେହଟି ୧୦ରୁ ୧୫ ଦିନ ହେଲା ଝୁଲି ରହିଥିବା ସନ୍ଦେହ କରାଯାଉଥିବା ବେଳେ ପଚିସଢ଼ି ନଷ୍ଟ ହୋଇଯାଇଛି। ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ପୋଲିସ୍‌ ସନ୍ଦେହ କରୁଛି। କିଏ ଏହି ଯୁବକ ? କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନାହିଁ। ଏନେଇ ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନାଥାଉ କି, ଗତ ୪ ତାରିଖ ସକାଳ ୮ଟାବେଳେ ଦାସପୁର ରାସ୍ତାରେ ଜଙ୍ଗଲ ପାଖରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ମହିଳାଙ୍କୁ ପ୍ରଥମେ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି। ତେବେ ପୋଲିସ୍‌କୁ ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ମିଳିନଥିବା ବେଳେ ଆଉଥରେ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ଏମ୍ସ ପଠାଯାଇଛି।

You might also like